ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ହୋଟେଲ୍‌ରେ ଗାଧୋଇବା ବେଳେ ମହିଳା ପର୍ଯ୍ୟଟକଙ୍କ ଭିଡିଓ ଉତ୍ତୋଳନ କରି ଭାଇରାଲ କଲା ଯୁବକ, ଗରିଫ କଲା ପୋଲିସ୍‌

14/12/2021 at 7:50 PM

ପୁରୀ, ୧୪/୧୨: ଧାର୍ମିକ ତଥା ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଲଜ୍ଜାଜନକ ଘଟଣା। ସମୁଦ୍ର କୂଳ ଥାନା ଅଧିନ ଡି.କେ ହୋଟେଲରେ ଜଣେ ମହିଳା ପର୍ଯ୍ୟଟକ ବାଥ ରୁମରେ ସ୍ନାନ କରୁଥିବା ବେଳେ ଜଣେ ହୋଟେଲ କର୍ମଚାରୀ ତାଙ୍କ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ଏହି ଘଟଣା ଜାଣିବା ପରେ ମହିଳା ପର୍ଯ୍ୟଟକ ଜଣଙ୍କ ସମୁଦ୍ର କୂଳ ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ସମୁଦ୍ର କୂଳ ଥାନା ପୋଲିସ ବିପ୍ଳବ ମିତ୍ର ନାମକ ସମ୍ପୃକ୍ତ ହୋଟେଲ କର୍ମଚାରୀକୁ ଗିରଫ କରିଛି।

ଗତ ଶନିବାର ଦିନ ସୁନ୍ଦରଗଡ ଅଞ୍ଚଳର ଏହି ମହିଳା ପର୍ଯ୍ୟଟକ ତାଙ୍କ ପରିବାର ସହ ପୁରୀ ବୁଲିବାକୁ ଆସିଥିବା ବେଳେ ଡି.କେ ହୋଟେଲରେ ରହୁଥିଲେ। ତେବେ ଗତକାଲି ମହିଳା ଜଣକ ବାଥ ରୁମରେ ସ୍ନାନ କରୁଥିବା ସମୟରେ କେହି ଜଣେ ତାଙ୍କ ଭିଡିଓ ଉତ୍ତୋଳନ କରୁଥିବା ଜାଣିବାକୁ ପାଇଥିଲେ। ଏନେଇ ପ୍ରଥମେ ହୋଟେଲର ମ୍ୟାନେଜର ଓ ପରେ ସମୁଦ୍ର କୂଳ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ହୋଟେଲ କର୍ମଚାରୀକୁ ଗିରଫ କରିଥିବା ଏସପି କହିଛନ୍ତି। ପର୍ଯ୍ୟଟକଙ୍କ ପ୍ରତି କେହିବି ଯଦି ଖରାପ ବ୍ୟବହାର ଦେଖାଇବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କନୱର ବିଶାଳ ସିଂ କହିଛନ୍ତି।

   Related Posts