ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଏରାଗୁଲା ଆସ୍କା ଗ୍ୟାଙ୍ଗର ୪ ଗିରଫ, ୩୦ ହଜାର ଟଙ୍କା ସହିତ ବିଭିନ୍ନ ଲୁଟ୍‌ ସାମଗ୍ରୀ ଜବତ

29/06/2022 at 7:32 PM

ପୁରୀ, ୨୯/୦୬: ଏରାଗୁଲା ଆସ୍କା ଗ୍ୟାଙ୍ଗର ୪ ଗିରଫ । ପୁରୀ ସମୁଦ୍ରକୂଳ ଥାନା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ୪ ଅଭିଯୁକ୍ତ। ଏହି ଗ୍ୟାଙ୍ଗରେ ଜଣେ ମହିଳା ଓ ତିନିଜଣ ପୁରୁଷ ଥିବା ବେଳେ ପୋଲିସ ଏମାନଙ୍କ ଠାରୁ ୩୦ ହଜାର ଟଙ୍କା, ୭ଟି ଦାମୀ ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ସହ ଡିକି ଭାଙ୍ଗିବା ଯନ୍ତ୍ରାଂଶ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଦାସ ଅନିଲ, ଏସ୍. ହରି, ଏ. ଅଙ୍କେତେଶ, ଏ. ସାମିନି ।

ଆଜି ସକାଳେ ଏହି ଗ୍ୟାଙ୍ଗର ଦୁଇଜଣ ଅଭିଯୁକ୍ତ ସମୁଦ୍ର କୂଳ ଅଞ୍ଚଳରେ ବନମାଳୀ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଫୋନ ଏବଂ ତାଙ୍କ ବ୍ୟାଗ ଛିନତାଇ କରି ଫେରାର ହୋଇ ଯାଇଥିଲେ । ବ୍ୟାଗରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଥିଲା। ଏନେଇ ବନମାଳୀ ସମୁଦ୍ର କୂଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଆଧାରରେ ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି।

ଆଜି ଏହି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ତେବେ ଆଉ ଦିନକ ପରେ ରଥଯାତ୍ରା ଥିବାରୁ ଏହି ଗ୍ୟାଙ୍ଗ ପୁରୀ ଆସି ଲୁଟପାଟ ସହ ପର୍ଯ୍ୟଟକ ଓ ଭକ୍ତଙ୍କୁ କଳାକନା ବୁଲାଇବା ପାଇଁ ଯୋଜନା କରିଥିଲେ । 

   Related Posts