ପୁରୀ ଷ୍ଟେସନ୍ର ଅଳିଆଗଦାରେ ଅଗ୍ନିକାଣ୍ଡ, ନିଆଁ ଲିଭା ଉଦ୍ୟମ ଜାରି
11/03/2023 at 10:23 AM

ପୁରୀ ୧୧।୦୩ : ପୁରୀରେ ପୁଣି ଅଗ୍ନିକାଣ୍ଡ । ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଆର୍ପିଏଫ୍ ଓ ଡିଆର୍ପି ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ ଘଟିଛି । ପ୍ଲାଟଫର୍ମରେ ଥିବା ଅଳିଆ ଗଦାରେ ନିଆଁ ଲାଗିଛି । ଯାହାଫଳରେ ଅଳିଆ ଗଦା ହୁତୁ ହୁତୁ ହୋଇ ଜଳୁଛି । ସେପଟେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ଦିନ ପୁରୀ ସମ୍ରାଟ ମାର୍କେଟ କପ୍ଲେକ୍ସରେ ନିଆଁ ଲାଗିଥିଲା । ଯାହାକି ଦୀର୍ଘ ୩୭ ଘଣ୍ଟା ପରେ ନିିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବିଭାଗ । କିନ୍ତୁ ସୌଭଗ୍ୟବଶତଃ ଏତେ ବଡ଼ ଅଘଟଣରେ କୌଣସି ପ୍ରକାରର ଜୀବନହାନୀ ହୋଇନାହିଁ ।
Related Posts
୩ ମୃତ ବିଦେଶୀ ପକ୍ଷୀ ସହିତ ୨ ଶିକାରୀ ଗିରଫ
20 March 2023
ପିକ୍ଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜଣଙ୍କ ଜୀବନ
20 March 2023