ବଡ଼ଠାକୁରଙ୍କ ପାଖରେ ଭୋଗ ହେଲା ବଡ଼ ମୁଆଁ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | December 31, 2022 IST

ପୁରୀ ୩୧।୧୨ :  ବଡ଼ଠାକୁରଙ୍କ ପାଖରେ ଭୋଗ ହେଲା ବଡ଼ ମୁଆଁ। ଶ୍ରୀମନ୍ଦିରରେ ପହିଲି ଭୋଗରେ ବଡ ମୁଆଁ ଖାଇଲେ କଳା ଠାକୁର। ଷାଠିଏ ପଉଟି ଛପନ ଭୋଗ ଖିଆ କଳା ଠାକୁରଙ୍କ ପହିଲି ଭୋଗରେ ଲାଗି ହୋଇଥିବା ବଡ଼ ମୁଆଁର ଓଜନ‌ ପ୍ରାୟ ୫ କିଲୋରୁ ଅଧିକ ହେବ ବୋଲି କହିଛନ୍ତି ସେବାୟତ। 

ସୂଚନାଯୋଗ୍ୟ ଯେ, ନୂଆବର୍ଷରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଭ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେଲାଣି। ଏହିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। କୌଣସି ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଆଜି ରାତି ୧ଟାରୁ ଦ୍ୱାରଫିଟା ନୀତି ଆରମ୍ଭ ହେବ।  ଏଥିପାଇଁ ମହାପ୍ରଭୁଙ୍କର ଆଜି ସଅଳ ପହୁଡ଼ କରାଯିବ ।

ତେବେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବଡ଼ଦାଣ୍ଡ ମଝିରେ ମାର୍କେଟ ଛକଠାରୁ ୨୦ଫୁଟର ଅସ୍ଥାୟୀ ବ୍ୟାରିକେଡ୍ କରାଯାଇଛି। ଖରାରୁ ରକ୍ଷା ପାଇଁ ବ୍ୟାରିକେଡ୍ ଉପରେ ସାମିଆନା ବନ୍ଧାଯାଇଛି । ଏଥିସହିତ, ଆଜି ମଧ୍ୟରାତ୍ରରୁ ବଡ଼ଦାଣ୍ଡକୁ ଭାରିଯାନ ପ୍ରବେଶ ନିଷିଦ୍ଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.