ଦେବଦୂତ ସାଜିଲେ ଲାଇଫ୍‌ ଗାର୍ଡ, ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର

Published By : Prameya-News7 Bureau | December 23, 2022 IST

ପୁରୀ ୨୩।୧୨: ସମୁଦ୍ରରେ ସ୍ନାନ ବେଳେ ଅଘଟଣା । ପାଣିରେ ବୁଡିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍‌ ଗାର୍ଡ । ପୁରୀ ସ୍ୱର୍ଗଦ୍ୱାର ନିକଟ ସୋନାଲି ହୋଟେଲ୍‌ ସମ୍ମୁଖ ବେଳେଭୂମିରେ ଦୁଇ ଜଣ ପର୍ଯ୍ୟଟକକୁ ଉଦ୍ଧାର କରିଛନ୍ତି ଲାଇଫ୍‌ ଗାର୍ଡ ।

ଖବର ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ଦୁଇ ଜଣ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିଲେ । ଏହି ସମୟରେ ଅସାବଧାନତା ହେତୁ ଦୁଇ ଜଣ ପର୍ଯ୍ୟଟକ ପାଣିରେ ବୁଡିଯାଇଥିଲେ । ପରିସ୍ଥିତିକୁ ଦେଖି ତୁରନ୍ତ ଲାଇଫ୍‌ ଗାର୍ଡଙ୍କୁ ଖବର ଦିଆଯାଇଥିଲା । ଲାଇଫ୍‌ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି । ତେବେ ଦୁଇ ପର୍ଯ୍ୟଟକ ହେଲେ ବାଲେଶ୍ୱର ତେଲିଆ ଗଞ୍ଜରର ଯୋଗେସ ନାୟକ ଏବଂ ସମ୍ବଲପୁରର ଜ୍ୟୋତିନ୍‌ ମହାରଣା । ଉଭୟଙ୍କୁ ଉଦ୍ଧାର ପରେ ପ୍ରାଥମିକ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପର୍ଯ୍ୟଟକ ଦୁଇ ଜଣ ସୁସ୍ଥ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.