ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୧୨ଟି ବିଷୟ ଉପରେ ହେବ ଆଲୋଚନା

Published By : Prameya-News7 Bureau | December 15, 2022 IST

ପୁରୀ ୧୫।୧୨: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ସକାଳ ୧୦ଟା ୩୦ମିନିଟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଭକ୍ତ ନିବାସ ପରିସରରେ ବସିବ ବୈଠକ । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉପମୁଖ୍ଯ ପ୍ରଶାସକ, ଏ ଏସ୍ ଆଇର ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ଆରକ୍ଷୀ ଅଧିକ୍ଷକ, ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ବୈଠକ ବସିବ ।

ତେବେ ଗୁରୁବାର ବସିବାକୁ ଥିବା ଏହି ବୈଠକରେ ୧୨ଟି ବିଷୟ ଉପରେ ଆଲୋଚନା କରାଯିବ। ବିଶେଷକରି ପହିଲି ଭୋଗ ନୀତିକାନ୍ତି, ଶ୍ରୀମନ୍ଦିର ଭିତରେ ମୋବାଇଲ ପ୍ରବେଶ ଉପରେ କଟକଣା, ଶ୍ରୀଜଗନ୍ନାଥ ବନପ୍ରକଳ୍ପ, ଶ୍ରୀଜଗନ୍ନାଥ ଆଦର୍ଶ ଗୁରୁକୁଳ, ଓବିସିସି ଦ୍ବାରା ପ୍ରମୋଦ ଉଦ୍ୟାନ, ଜେବିସିସି ଦ୍ବାରା ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତିକରଣ, ଶ୍ରୀଗୁଣ୍ଡିଚା ମନ୍ଦିରର ମରାମତି, ସେଵାୟତ ଙ୍କ ବାସଗୃହ ଓ ସେବାୟତ କଲ୍ୟାଣ ଓ ଶ୍ରୀଜଗନ୍ନାଥଙ୍କ ଜମି ସମ୍ପର୍କରେ ଆଲୋଚନା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.