ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼, ଜୀବନ ରକ୍ଷା କରି ଦୌଡିଲେ…
4/12/2022 at 2:33 PM

ପୁରୀ ୦୪।୧୨ : ଦିବ୍ୟାଙ୍ଗ ଯୁବକକୁ ଅତି ଅମାନୁଷିକ ମାଡ । ପୁରୀ ମେରାଇନ୍ ଥାନା ଅନ୍ତର୍ଗତ ବାଲିଗୁଆଳି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।
ଖବର ଅନୁଯାୟୀ, ୧୯ ବର୍ଷର ଯୁବକ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ପାଖ ଗାଁର କିଛି ଯୁବକ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଦିବ୍ୟାଙ୍ଗ ଯୁବକଙ୍କୁ ମାଡ ମାରୁଥିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସୌମ୍ୟରଞ୍ଜନଙ୍କୁ ଯୁବକମାନେ ମାଡ଼ ମାରୁଥିବା ବେଳେ ସେ ନିଜ ଜୀବନ ରକ୍ଷା କରିବା ପାଇଁ ଦୌଡ଼ି ପଳାଉଥିଲେ। କିନ୍ତୁ ଯୁବକମାନେ ତାଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ। ତାଙ୍କ ଉପରକୁ ଇଟା ଫୋପାଡିଥିଲେ । ମାଡ଼ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି ।
Related Posts
STF ପଞ୍ଜାରେ ନକଲି ନୋଟ ବ୍ୟବସାୟୀ, ଜବତ ହେଲା ୩୧ ଲକ୍ଷରୁ ଅଧିକ ଟଙ୍କା
3 February 2023