ଶ୍ରୀମନ୍ଦିରରେ ବାଳଧୂପ ଏବଂ ରାଧାଦାମୋଦର ବେଶ, ମହାପ୍ରଭୁଙ୍କ ପାଖରେ ଲାଗି ହୁଏ ସ୍ୱତନ୍ତ୍ର ଭୋଗ

Published By : Prameya-News7 Bureau | October 06, 2022 IST

ପୁରୀ ୦୬।୧୦: ଆଜିଠାରୁ ଶ୍ରୀମନ୍ଦିରରେ ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ, ଯାହା ବାଳଧୂପ ନାମରେ ପରିଚିତ। ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ , ଖୁଦି , ଚାଉଳିଆ , ସେଓ , କମଳା , କଦଳୀ , କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.