ମଙ୍ଗଳବାର ଶ୍ରୀବିଗ୍ରହଙ୍କ ରାହୁରେଖା ନୀତି, ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
15/08/2022 at 2:49 PM

ପୁରୀ ୧୫।୦୮: ମଙ୍ଗଳବାର ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ମଙ୍ଗଳବାର ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି ଥିବାରୁ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ନୀତି ଅନୁଷ୍ଠିତ ହେବ । ତେଣୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ପ୍ରଥମ ଭୋଗମଣ୍ଡପ ଶେଷ ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ନୀତି ଅନୁଷ୍ଠିତ ହେବ । ଯାହାଫଳରେ ଅପରାହ୍ନ ୨ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । କୌଣସି ଭକ୍ତ ଏହି ସମୟରେ ମହାପ୍ରଭୁ ଦର୍ଶନ କରିପାରିବେନାହିଁ ।
Related Posts
ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର
1 February 2023