Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପୁରୀର କୁନା ଦାସଙ୍କୁ ଜାପାନରେ ସମ୍ବର୍ଦ୍ଧନା, ପୁରସ୍କୃତ କଲେ କିୟୋତ ମେୟର

1/09/2022 at 3:07 PM

ପୁରୀ ୦୧।୦୯: ଇଣ୍ଡୋ ଜାପାନ ଫ୍ରେଣ୍ଡସିପ ସେଣ୍ଟରର ଅଧ୍ୟକ୍ଷ ତଥା ଜାପାନରେ ଅବସ୍ଥାପିତ ପୁରୀର କୁନା ଦାସଙ୍କୁ କିୟୋତ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଜାପାନ କିୟୋତର କଳା, ସଂସ୍କୃତି, ଅର୍ଥନୀତି ଓ ପର୍ଯ୍ୟଟନକୁ ସମଗ୍ର ବିଶ୍ଵରେ ପରିଚିତ ଓ ପ୍ରଚାର, ପ୍ରସାର କରାଇଥିବାରୁ କିୟୋତର ମେୟର କାଡୋକାଓ ଡାଇସା ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ତେବେ ଏହି ସମ୍ବର୍ଦ୍ଧନା ପାଇବାରେ ସେ ପ୍ରଥମ ଭାରତୀୟ। ଭାରତ ଓକିୟୋତ ମଧ୍ୟରେ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଓ ଭାବଗତ ସମ୍ପର୍କକୁ ନିବିଡ କରିବା ପାଇଁ ସର୍ବଦା କାର୍ଯ୍ୟ କରିବେ ବୋଲି କୁନା ଦାଶ କହିଛନ୍ତି। 

   Related Posts