ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍, ଓଭରହେଡ ବିଦ୍ୟୁତ ତାର ଛିଡି ଚାର୍ଜ ହୋଇଗଲା ବଗି

Published By : Prameya-News7 Bureau | November 11, 2023 IST

ପରସାବାଦ ୧୧।୧୧: ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଶନିବାର ଗୟା ଗୋମ ସେକ୍ସନର ପରସାବାଦ ଷ୍ଟେସନ ଅତିକ୍ରମ କରୁଥିବା ବେଳେ ବଡ଼ଧରଣର ଦୁର୍ଘଟଣା ଘଟିଛି। ଓଭରହେଡ ଟ୍ରାକସନ ତାର ଛିଡିଯିବାରୁ ଟ୍ରେନର ଏକ ବଗି ଚାର୍ଜ ହୋଇଯାଇଥିଲା। ଫଳରେ ବଗିରେ ଥିବା ଯାତ୍ରୀଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା ବେଳେ ଟ୍ରାକ୍ସନ କାମ କରୁଥିବା ଜଣେ ରେଳବାଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ହୋଇଥିଲା। ଫଳରେ ଏହି ସେକ୍ସନରେ ୪ ଘଣ୍ଟା ଧରି ଟ୍ରେନଚଳାଚଳ ବାଧିତ ହୋଇଛି।

ସୂଚନା ମୁତାବକ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଟ୍ରେନସଂଖ୍ୟା ୧୨୮୦୧ ଅପ୍ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ପରସାବାଦ ରେଳଷ୍ଟେସନ ଅତିକ୍ରମ କରୁଥିବା ବେଳେ ଅଚାନକ ଓଭରହେଡ୍ ଟ୍ରାକ୍ସନ ତାର ଛିଡିଯାଇଥିଲା। ଫଳରେ ଟ୍ରେନର ଗୋଟିଏ ବଗି ଚାର୍ଜ ହୋଇଯାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗିବା ଯୋଗୁ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏଥିରେ ତାରର ଟ୍ରାକ୍ସନ କରୁଥିବା ଜନୈକ ରେଳବାଇ କର୍ମଚାରୀ ବିଦ୍ୟୁତ ତାର ଲାଗି ପ୍ରାଣ ହରାଇଛନ୍ତି। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":868573,"width":839,"height":524,"sizeSlug":"full","linkDestination":"none"}

ଦୁର୍ଘଟଣା ସୂଚନା ମିଳିବାମାତ୍ରେ ଗୟା ଜଙ୍କସନରୁ ମେଡିକାଲ ଓ ଟିଆରଡି ରିଲିଫ ଟ୍ରେନ୍‌ ପରସାବାଦ ପହଞ୍ଚି ଯାଇଥିଲା। ପରସାବାଦ ଷ୍ଟେସନ ଝାଡଖଣ୍ଡର କୋଡରମା ଜିଲ୍ଲାରେ ଆସୁଛି। ତେବେ ଦୁର୍ଘଟଣା ଯୋଗୁ ଅପ୍ ଓ ଡାଉନ ଉଭୟ ଲାଇନରେ ପିରଚାଳନା ବାଧିତ ହେବାରୁ ପୂର୍ଣ୍ଣିଆ କୋର୍ଟ-ହଟିଆ ଏକ୍ସପ୍ରେସ୍ ଓ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଗୟା ଜଙ୍କସନରେ ଅଟକି ରହିଥିଲେ। ଅନ୍ୟ ଟ୍ରେନଗୁଡିକ ମଧ୍ୟ ବିଭିନ୍ନ ଷ୍ଟେସନରେ ଅଟକି ଯାଇଥିଲେ। ଫଳରେ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।

ତେବେ ପାଖାପାଖି ୪ଟା ବେଳକୁ ରେଳବାଇ ଡାଉନ ଲାଇନରେ ଟ୍ରେନ ଚାଲୁ କରିବା ପାଇଁ ଆଦେଶ ଜାରି କରିଥିଲେ।  ହେଲେ ଅପଲାଇନରେ ଟ୍ରେନ ଚଳାଚଳ ବିଳମ୍ବିତ ହୋଇଛି। ସୂଚନା ମୁତାବକ ଦୁର୍ଘଟଣାର ଶିକାର ହୋଇଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ରାସ୍ତାରେ ଅଟକି ରହିଛି।

ଟ୍ରେନ୍‌ ଚଢ଼ିବା ସମୟରେ ଦଳାଚକଟାରେ ଜଣେ ମୃତ, ଛଠ୍‌ ପୂଜାରେ ଘରକୁ ଫେରିବା ପାଇଁ ଷ୍ଟେସନରେ ଲାଗିଥିଲା ପ୍ରବଳ ଭିଡ଼

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.