ଝଲସିବ ପୁରୀ ମୂଷାନଇ ପାର୍ଶ୍ୱ
2/06/2018 at 2:34 PM

ପୁରୀ ସହରର ପ୍ରବେଶପଥ ଅଠରନଳା ନିକଟରେ ଥିବା ମୂଷାନଇର ପୁର୍ନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବିଳମ୍ୱରେ ହେଲେ ମଧ୍ୟ ଆରମ୍ଭ ହୋଇଛି। ଡ଼୍ରେନେଜ ବିଭାଗ ଦ୍ୱାରା ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପିଡ଼ି ଡ଼ିଆରଡ଼ିଏ ଶିଳାନ୍ୟାସ କରିଛନ୍ତି। ନର୍ଦ୍ଦମା ଜଳ ଏବଂ ଜବରଦଖଲ ମୂଷାନଇର ସୌନ୍ଦର୍ଯ୍ୟକୁ ହଜାଇ ଦେଇଥିଲା। ଶେଷରେ ବହୁ ପ୍ରତୀକ୍ଷିତ ଏହି କାର୍ଯ୍ୟ ଗତକାଲି ଠାରୁ ଆରମ୍ଭ ହୋଇଛି।
ନଦୀର ଦୁଇପାର୍ଶ୍ୱରେ ସୁରକ୍ଷା ପାଚେରୀ, ବସିବା ନିମନ୍ତେ ଚୌକି ଏବଂ ପାର୍କ କରାଯିବ। ନଦରୀ ୨୭୦୦ ମିଟର ଜଳାଶୟରେ ସର୍ବଦା ପାଣି ରହିବାର ବ୍ୟବସ୍ଥା ମଧ୍ୟ କରାଯିବ। ନଦୀର ଦୁଇ ମୁଣ୍ତରେ ଦୁଇଟି ସ୍ଲୁଇସ୍ ଗେଟ୍ ଓ ଲ୍ୟାଣ୍ତସ୍କେପ୍ କରାଯିବ। ସହଯରେ ନଦୀ ପାଣି ଯେପରି ମଙ୍ଗଳା ନଦୀରେ ମିଶିବ ତାର ମଧ୍ୟ ବ୍ୟବସ୍ଥା କରାଯିବ। ୧୩ ଟି ସ୍ଥାନରେ ନର୍ଦ୍ଦମା ପାଣି ମୂଷାନଇରେ ପଶି ଏହାକୁ ପ୍ରଦୁଷିତ କରୁଥିବାରୁ ନଦୀ କଡ଼େ କଡ଼େ ସ୍ୱରେଜ୍ ପାଇପ୍ ଲାଇନ୍ ବିଛାଯାଇ ନର୍ଦ୍ଦମା ପାଣି ମଙ୍ଗଳାଘାଟରେ ଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ନିଆଯିବ।