scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଦାରୁ ଦିଅଁ, ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର

6/06/2023 at 8:13 AM

Puri Srimandir

ପୁରୀ ୦୬।୦୬ :  ଅତ୍ୟଧିକ ସ୍ନାନ ପରେ ମହାପ୍ରଭୁ ଏବେ ଜ୍ବରରେ ପୀଡିତ ହୋଇ ଅନବସର ଘରେ ଅଛନ୍ତି। ଜ୍ଵରରେ ପୀଡ଼ିତ ଦାରୁ ଦିଅଁ । ଆରମ୍ଭ ହୋଇଛି ଗୁପ୍ତ ଉପଚାର। ଦଇତାପତି ସେବାୟତ ମାନେ ଆରମ୍ଭ କରିଛନ୍ତି ଗୁପ୍ତ ସେବା ।

ଅଣସର ସମୟରେ ପଣା ଓ ଚକଟା ଭୋଗ ସହ ଫଳମୂଳ ଲାଗି ହୋଇଥାଏ । ଏହି ସମୟରେ ଶ୍ବେତ ବସ୍ତ୍ର ପରିଧାନ କରନ୍ତି ଶ୍ରୀଜୀଉମାନେ । ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ । ୧୫ ଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ।

ସେପଟେ ଦଶାବତାର ଠାକୁରଙ୍କ ସମେତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଦଳରେ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ବଦଳରେ ମା ଭୁବନେଶ୍ଵରୀ ପୂଜା ପାଉଛନ୍ତି ପଟିଦିଅଁ ଭାବେ ।

ସେପଟେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଚାରି ନାହାକା ଚାରିପାର୍ଶ୍ବରେ ବୁଲିଛି ଚଉଦ ନାହାକା । ତିନି ରଥରେ ଦ୍ବିତୀୟ ଭୂଇଁ ସଯୋଗ ହୋଇସାରିଥିବା ବେଳେ ତୃତୀୟ ଭୂଇଁ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ବିଶ୍ବକର୍ମା ମହାରଣାମାନେ । ରୂପକାର ଓ ଓଝା ସେବକମାନେ ଖୋଦେଇ ଏବଂ କଣ୍ଟା ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ । ତିନି ରଥର ପାର୍ଶ୍ବ ଦେବାଦେବୀ, ସଖୀ ଏବଂ ଦେବାଦେବୀଙ୍କ ଆସ୍ଥାନରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ଚିତ୍ରକର ସେବକମାନେ ।

ମହାପ୍ରଭୁଙ୍କ ଅଣସର ନୀତି ଚାଲିଥିବା ବେଳେ ଏହି ସମୟରେ ଶ୍ରୀମନ୍ଦିରରେ ଭଜନ, କୀର୍ତ୍ତନ ନିଷିଦ୍ଧ ରହିବାର ବିଧି ରହିଛି । ସମସ୍ତ ଉପଚାର କରାଯାଇ ମହାପ୍ରଭୁଙ୍କୁ ସୁସ୍ଥ କରିବେ ଶ୍ରୀଅଙ୍ଗ ସୁରକ୍ଷା ସେବକ ଦଇତାପତି ।

You Can Read :

   Related Posts