Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ପୁରୀ ଅଗ୍ନିକାଣ୍ଡ ଘଟଣା, ଯୁଗ୍ମ କମିଟିର ତଦନ୍ତ ଆରମ୍ଭ

11/03/2023 at 12:17 PM

ପୁରୀ  ୧୧।୦୩ : ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାରେ ଯୁଗ୍ମ କମିଟିର ତଦନ୍ତ ଆରମ୍ଭ । ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଗଠିତ ହୋଇଛି ଟିମ୍ । ଟିମରେ ପୁରୀ ତହସିଲଦାର, ଜିଲ୍ଳା ଅଗ୍ନିଶମ ଅଧିକାରୀ, ଟାଉନ ଥାନା ଅଧିକାରୀ କ୍ଷୟକ୍ଷତି ଆକଳନ କରିଛନ୍ତି । ୧୫ ତାରିଖ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି ।

ଖବର ଅନୁଯାୟୀ, ନିଆଁରେ ୪୫ଟି ଦୋକାନ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । କ୍ଷୟକ୍ଷତି ୪୦କୋଟିରୁ ଉର୍ଦ୍ଧ୍ବ ନେଇ ଦୋକାନୀଙ୍କ ଆକଳନ କରିଛନ୍ତି । ତଳ ମହଲାର ଦୋକାନ ଓ ପ୍ରଥମ ମହଲା ଛାତ ଫାଟିଯାଇଛି । କମ୍ପ୍ଲେକ୍ସ କୋଠାକୁ ଅଗ୍ନିଶମ ବିଭାଗ ଅବଜରଭେସନରେ ରଖିଛି । ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେପଟେ ଜୀବନ ଜୀବିକାକୁ ନେଇ ଚିନ୍ତାରେ କ୍ଷତିଗ୍ରସ୍ତ ବ୍ୟବସାୟୀ । ମାର୍କେଟ କମ୍ପଲେକ୍ସ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ଅଗ୍ନିଶମ ବିଭାଗ । ଲକ୍ଷ୍ମୀମାର୍କେଟ୍ କମ୍ପଲେକ୍ସ, ସମ୍ରାଟ୍ ହୋଟେଲ ଏବଂ ଗେଷ୍ଟ ହାଉସରେ କୌଣସି ପ୍ରକାର ଫାୟାର ସେଫଟି ନିୟମ ପାଳନ ହେଉନଥିଲା । ପୂର୍ବରୁ ପୁରୀ ଅଗ୍ନିଶମ ଅଧିକାରୀ ମାର୍କେଟ୍ କମ୍ପଲେକ୍ସ ମାଲିକଙ୍କୁ ନୋଟିସ ଦେଇଥିଲେ ବି ସେ ଏହାକୁ ବେଖାତିର କରିଚାଲିଥିଲେ ।

ସେପଟେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଲିଭୁ ଲିଭୁ ଏଠାରୁ ଅଳ୍ପ ଦୂରରେ ଥିବା ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍ ସୋ’ରୁମ୍ ରେ ସନ୍ଧ୍ୟାରେ ନିଆଁ ଲାଗିଥିଲା। ଏଦୁଇ ଘଟଣା ପରେ ଉଠିଛି ଅନେକ ପ୍ରଶ୍ନ । ଏସବୁ ଘଟଣା ପାଇଁ ଦାୟୀ କିଏ । କାହିଁକି ଆଗରୁ ଆକ୍ସନ ନିଆଯାଇନଥିଲା । ପୁରୀରେ ରହିଥିବା ଏଭଳି ଆହୁରି ସଂକୀର୍ଣ୍ଣ କୋଠାରେ ଚାଲିଥିବା ହୋଟେଲ ଏବଂ ଲଜ ବେପାର ଉପରେ ଖୁବ୍ ଶୀଘ୍ର ଚଢ଼ାଉ ହେବ ଏବଂ ଫାୟାର ସେଫ୍ଟି ଅନୁମତି ନଥାଇ କାରବାର କରୁଥିବା ମାଲିକଙ୍କ ଉପରେ ଆକ୍ସନ ହେବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ନିୟମ ମାନୁନଥିବା ଏସବୁ ହୋଟେଲ୍ ର ତାଲିକା ପ୍ରସ୍ତୁତ ହୋଇଛି ।

   Related Posts