ପୁରୀ ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ; ଉପର ମହଲାରେ ଫସିଛନ୍ତି ଯାତ୍ରୀ
8/03/2023 at 9:21 PM

ପୁରୀ ୦୮/୦୩: ପୁରୀ ସହରର ମରିଚିକୋଟ ପାଖ ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ। ସେଠାରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଠା ଜାରି ରଖିଛନ୍ତି। ମାର୍କେଟ୍ କମ୍ପ୍ଲେକ୍ସଟି ୩ ମହଲା ବିଶିଷ୍ଟ ହୋଇଥିବା ବେଳେ, ପ୍ରଥମ ମହଲାରେ ଥିବା ଏକ ପୋଷାକ ଦୋକାନରେ ନିଆଁ ଲାଗିଛି। ଏହା ସହିତ ଉପର ମହଲାରେ ଥିବା ହୋଟେଲ୍ ସମ୍ରାଟ୍ରେ ଅନେକ ଯାତ୍ରୀ ଫସିରହିଛନ୍ତି।

ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ନାସିକ୍ର ତିନି ମହିଳା ଥିବା ଜଣାପଡ଼ିଛି। ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଉଦ୍ଧାକାରୀ ଦଳ ସେମାନଙ୍କ ପାଖକୁ ଅକ୍ସିଜେନ୍ ସିଲିଣ୍ଡର ନେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ନିଆଁ ଲିଭାଇବାରେ ୭ଟି ଦମକଳ ଗାଡ଼ି ନିୟୋଜିତ ଅଛନ୍ତି। ଅଗ୍ନିଶମ କର୍ମୀମାନେ ପୁରା ସତର୍କତାର ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।