କଟକ ୧୫।୦୮ : ଶ୍ରୀମନ୍ଦିର ନାଟମଣ୍ଡପ, ଜଗମୋହନ ମରାମତି ଓ କୋଣାର୍କର ସ୍ଥିତି ମାମଲା । ସୋମବାର ଆମିକସ୍କ୍ୟୁରି ଏନ୍.କେ. ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଏହି ସତ୍ୟପାଠ ଦାଖଲ ପରେ ହାଇକୋର୍ଟ ମାମଲାର ଶୁଣାଣି ସେପ୍ଟେମ୍ବର ୧୩କୁ ଧାର୍ଯ୍ୟ କରିଛନ୍ତି ।
ଅଭିଷେକ ଦାଶଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଚାଲିଛି । ଶ୍ରୀମନ୍ଦିରର ଜଗମୋହନ ଏବଂ ନାଟମଣ୍ଡପର ମରାମତି ଚାଲିଛି । ଏହା ଉପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଇତିମଧ୍ୟରେ ହାଇକୋର୍ଟରେ କାମର ଅଗ୍ରଗତି ସଂକ୍ରାନ୍ତରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି । ଏହା ଉପରେ ଆମିକସ୍କ୍ୟୁରି ମଧ୍ୟ ଏକ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଆମିକସ୍କ୍ୟୁରି ରିପୋର୍ଟ ଦାଖଲ କରିଛନ୍ତି । ଅପରପକ୍ଷରେ ରତ୍ନଭଣ୍ଡାର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମଧ୍ୟ ଏକ ସତ୍ୟପାଠ ଦାଖଲ କରିବେ ବୋଲି ସୂଚନା ମିଳିଛି ।
wp:embed {"url":"https://www.prameyanews7.com/five-imprints-of-british-rule-which-have-now-become-history/","type":"wp-embed","providerNameSlug":"prameya-news-7"} /wp:embed