ପୁରୀ, ୨୨/୧୦: ପୁରୀ-ହାୱଡ଼ା ଟ୍ରେନ୍ର ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି । ଟ୍ରେନ୍ର ପଛ ବଗି ଲାଇନ୍ରୁ ବାହାରକୁ ଚାଲିଯାଇଛି । ମାଲତୀପାଟପୁର ଷ୍ଟସେନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୁରୀରୁ ଖାଲି ବଗି ମାଳତୀପାଟପୁର ଷ୍ଟସନ୍କୁ ଯାଉଥିଲା । ସେଠାରୁ ଟ୍ରେନ୍ଟି ହାୱଡ଼ା ଅଭିମୁଖେ ଯାତ୍ରା କରିଥାନ୍ତା । ଦୁର୍ଘଟଣା ଫଳରେ ଏହି ଲାଇନ୍ ବ୍ଲକ୍ ହୋଇଛି । ତେଣୁ ପୁରୀରୁ ସମସ୍ତ ଟ୍ରେନ୍ ୧ ଘଣ୍ଟା ବିଳମ୍ୱରେ ଷ୍ଟେସନ୍ ଛାଡ଼ିବା ନେଇ ଜଣାପଡ଼ିଛି ।
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୫ ହଜାର ଶିକ୍ଷକଙ୍କ ବଢ...
