ପୁରୀରେ ଗତକାଲି ହୋଇଥିବା ହିଂସାକାଣ୍ଡ ଘଟଣାରେ ୧୯ ଜଣ ଗିରଫ

Published By : Prameya-News7 Bureau | October 04, 2018 IST

ପୁରୀ ୪/୧୦: ପୁରୀରେ ଗତକାଲି ହୋଇଥିବା ହିଂସାକାଣ୍ଡ ଘଟଣାରେ ଆରମ୍ଭ ହୋଇଛି ପୋଲିସର କାର୍ଯ୍ୟାନୁଷ୍ଠାନ । ସନ୍ଧ୍ୟାରେ ୧୧ ଜଣଙ୍କୁ ଉଠାଇଥିଲା ଟାଉନ୍ ଥାନା ପୋଲିସ୍ । ବ୍ୟାପକ ସୁରକ୍ଷା ମଧ୍ୟରେ ଏହି ୧୧ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତକାଲି ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ସିଂହଦ୍ବାରଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଯାହାକୁ ନେଇ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ । ସୂଚନାଯୋଗ୍ୟ : ବର୍ତ୍ତମାନ ଖବର ଅନୁଯାୟୀ ଆଉ ୮ ଜଣଙ୍କୁ ଉଠାଇଛି ପୁରୀ ଟାଉନଥାନା ପୋଲିସ । ୧୧ ଜଣଙ୍କୁ ଉଠାଇଥିଲା । ଏହାକୁ ମିଶାଇ ୧୯ ଜଣଙ୍କୁ ଗିରଫ କରି କର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.