ପୁରୀରେ ନିଆଁ ଖୋଲିଲା ଗୁମର, ବିନା ଅଗ୍ନି ନିରାପତ୍ତାରେ ଚାଲିଛି ହୋଟେଲ୍ ଓ ମଲ୍
14/03/2023 at 12:26 PM

ପୁରୀ ୧୪।୦୩: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ପରେ ପୁରୀ ସହରରେ ଥିବା ବିଭିନ୍ନ ହୋଟେଲ, ଲଜ୍ ଓ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ବଡ ପ୍ରଶ୍ନ ଠିଆ ହୋଇଛି। ବଡ଼ଦାଣ୍ଡ , ସମୁଦ୍ର କୂଳ ଅଞ୍ଚଳରେ ଶହ ଶହ ହୋଟେଲ, ଲଜ୍, ସପିଙ୍ଗ ମଲ୍ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଚାଲୁଥିବା ଜଣାପଡିଛି।
ତେବେ ସହରରେ ତିନି ହଜାରରୁ ଅଧିକ ହୋଟେଲ, ଲଜିଂ ସହ ବ୍ୟବସାୟିକ ପ୍ରତିଷ୍ଠାନ ଭିତରୁ ମାତ୍ର ୩ ଶହ ଅନୁଷ୍ଠାନ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ ବୋଲି ଚିହ୍ନଟ କରିଛି ଅଗ୍ନିଶମ ବିଭାଗ । ପୁଣି ଏହି ତିନି ଶହରୁ ମାତ୍ର ୧୩ଟି ଅନୁଷ୍ଠାନ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇଛନ୍ତି। ବାରମ୍ବାର ନୋଟିସ ହେଲେ ମଧ୍ୟ ଏହାକୁ କେହି ଖାତିର୍ କରୁନାହାନ୍ତି। ଏଣେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଚୁପ୍ ରହିବା ସମସ୍ତଙ୍କୁ ତାଜୁବ୍ କରିଛି।