କୋଣାର୍କ ମନ୍ଦିର ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ; ମନ୍ଦିର ବୁଲି ଲେଆଉଟ୍ ଡିଜାଇନର ଅନୁଧ୍ୟାନ କଲେ ସମର୍ଥ ବର୍ମା
9/09/2022 at 7:39 PM

କୋଣାର୍କ ୦୯/୦୯: ସେପ୍ଟେମ୍ୱର ୮ରୁ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା କାମ ଆରମ୍ଭ ହୋଇଛି। କୌଣସି ପ୍ରଶାସନିକ ଅଧିକାରୀ ସେଠାକୁ ଆସିନଥିବାରୁ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଥିଲା। ଶୁକ୍ରବାର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଆସି ଲେଆଉଟ୍ ଡିଜାଇନ୍କୁ ଅନୁଧ୍ୟାନ କରିଛନ୍ତି। ବାଲି କେମିତି କଢ଼ାହେବା ସହ ଜଗମୋହନକୁ କିପରି ସୁରକ୍ଷା ଦିଆଯିବ ସେନେଇ ଜିଲ୍ଲାପାଳ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇନାହାନ୍ତି।
ଅନ୍ୟପଟେ ସୂର୍ଯ୍ୟ ମନ୍ଦିରରୁ ବାଲି ବାହାରିବାକୁ ନେଇ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ଚିନ୍ତାର କାରଣ ହୋଇଛି। ବାଲି କିପରି ବାହାରକୁ ବାହାରିବ ସେଠାରେ ୪୫ ଫୁଟ୍ ଉଚ୍ଚତାର ଏକ ପ୍ଲାଟଫର୍ମ ତିଆରି କରିବା ପାଇଁ ଲେ ଆଉଟ ଦିଆଯାଇଛି। ଏବେ ସୂର୍ଯ୍ୟ ମନ୍ଦିର ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ବାଲି କଢ଼ାହେବ ତାହାଲେ ସୂର୍ଯ୍ୟ ମନ୍ଦିର କେତେ ସୁରକ୍ଷିତ ରହିବ ସେନେଇ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିଲାଣି।