ପୁରୀ, ୦୮/୦୮: ପୁରୀ ଜିଲ୍ଲା ପତ୍ରକାର ସଂଘ ପକ୍ଷରୁ ଶିକ୍ଷା ଶ୍ରୀ ସମ୍ମାନ ୨୦୨୨ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟାପାର, କ୍ରୀଡା ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ପୂର୍ବତନ ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଏବଂ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ୍ ଘୋଷ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କେବଳ ପାଠ ପଢି ଡାକ୍ତର କି ଇଞ୍ଜିନିୟର ହେଲେ ଦେଶ ସେବା କରିବା ତାହା ନୁହେଁ ଦେଶ ସେବା କରିବାର ଆହୁରି ଅନେକ ମାଧ୍ୟମ ରହିଛି । ତେଣୁ ଦେଶ ସେବାକାରିବା ପାଇଁ ସମସ୍ତେ ଚେଷ୍ଟିତ ହେବାକୁ ବିଦ୍ୟାର୍ଥୀମାନଙ୍କୁ ମନ୍ତ୍ରୀ ତୁଷାର କାନ୍ତି ବେହେରା ଆହ୍ଵାନ ଦେଇଥିଲେ। ଚଳିତ ବର୍ଷ ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାରେ ୯୫ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ପୁରୀ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର, ଟ୍ରଫି ସହ ଜାତୀୟ ପତାକା ପୁରସ୍କୃତ କରାଯାଇଥିଲା ।
ଗଛ ବଞ୍ଚିଲେ ଦେଶ ବଞ୍ଚିବ, ଅମ୍ଳଜାନ ଅଭାବରେ କେହି ମୃତ୍ୟୁ ବରଣ ନକରିବେ ତାହାର ଆହ୍ଵାନ ଦେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ଗଛ ପ୍ରଦାନ କରିଥିଲେ। ସଂଗଠନ ସମ୍ପାଦକ ସଞ୍ଜୀବ ରଥଶର୍ମା ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।