ମଙ୍ଗଳବାର ଅନ୍ତିମ ରଥ ସମନ୍ୱୟ ବୈଠକ, ମୁଖ୍ୟମନ୍ତ୍ରୀ କରିବେ ଅଧ୍ୟକ୍ଷତା

Published By : Prameya-News7 Bureau | June 13, 2023 IST

ପୁରୀ ୧୩।୦୬ : ମଙ୍ଗଳବାର ତୃତୀୟ ତଥା ଅନ୍ତିମ ରଥ ସମନ୍ୱୟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଭର୍ଚୁଆଲ୍ ମାଧ୍ୟମରେ ଅଧ୍ୟକ୍ଷତା କରିବେ। ଚଳିତବର୍ଷ ପ୍ରାୟ ୧୫ ରୁ ୧୭ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ପ୍ରଶାସନ ଆକଳନ କରିଥିବା ବେଳେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଦର୍ଶନ ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବ।

{"id":795571,"sizeSlug":"full","linkDestination":"none"}

ତେବେ ବୈଠକରେ ସମସ୍ତ ବିଭାଗର ଅଧିକାରୀ, ମନ୍ତ୍ରୀ, ଜିଲ୍ଲାପାଳ,ଏସପି, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିବେ। ବିଶ୍ବପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦ୍ରୁତ ଗତିରେ ଆଗେଇ ଚାଲିଛି ରଥର ନିର୍ମାଣ । ବିଶ୍ବକର୍ମା ମହାରଣାଙ୍କ ସହ ତାଳଦେଇ ରୂପକାର, ଚିତ୍ରକାର, କମାର, କରତି ସେବାୟତମାନେ ନିଷ୍ଠାର ସହ କାର୍ଯ୍ୟ ସଂପାଦନ କରୁଛନ୍ତି । ରଥର ପ୍ରଭା ନିର୍ମାଣ ଶେଷ ପରେ ରୂପକାର ସେବକମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ରୂପକାର ସେବକମାନେ ରଥର ବାହ୍ୟ ଅଂଶରେ ଚିତ୍ର କାର୍ଯ୍ୟ ଜାରି ରହିଛି।

wp:embed {"url":"https://www.prameyanews7.com/puri-temple-4-dwar-open-demand/","type":"wp-embed","providerNameSlug":"prameya-news-7"}
https://www.prameyanews7.com/puri-temple-4-dwar-open-demand/
/wp:embed

ସେପଟେ ଓଷ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଆଜି ଅନବସରର ନବମୀ ତିଥିରେ ବି ଶ୍ରୀଅଙ୍ଗରେ ଓଷ ଲାଗି କରାଯିବ। ବୁଧବାର ଦଶମୀ ତିଥିରେ ଚକା ଲାଗି ଓ ଦଶମୂଳ ମୋଦକ ଲାଗି କରାଯିବ। ଏହାପରେ ସଂପୂର୍ଣ୍ଣ ସୁସ୍ଥ ହେବେ ମହାବାହୁ ।

You Can Read :

wp:embed {"url":"https://www.prameyanews7.com/india-australia-and-star-opener-sanctioned-by-icc-after-wtc-final/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-australia-and-star-opener-sanctioned-by-icc-after-wtc-final/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.