ମିଷ୍ଟର ଓ ମିସ ଇଣ୍ଡିଆ ୨୦୨୨ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍ଯାପିତ
5/12/2022 at 12:25 PM

ପୁରୀ ୦୫।୧୨ : ମିଷ୍ଟର ଓ ମିସ ଇଣ୍ଡିଆ ୨୦୨୨ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍ଯାପିତ । କଳିଙ୍ଗ ବଡି ବିଲଡିଂ ଆସୋସିଏସନ ଓ ୱାର୍ଲଡ ଫିଟନେସ ଫେଡେରେସନ ଆନୁକୂଲ୍ୟରେ ପୁରୀ ନିଳାଦ୍ରୀ ବିଚରେ ପ୍ରତିଯୋଗିତା ଚାଲିଥିଲା । ଏହି ପ୍ରତିଯୋଗିତାରେ ୨୫ଟି ରାଜ୍ୟର ୪ଶହରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ତେବେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ପ୍ରତିଯୋଗିତାରେ। ଦୃଢ଼ ଇଚ୍ଛାଶକ୍ତି ଓ ବିଶ୍ବାସ ବଳରେ ଦିବ୍ୟାଙ୍ଗ ମାନେ ଏହି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ଏକ ନିଆରା ପରିବେଶ ସୃଷ୍ଟି କରିଥିଲେ। ଦିବ୍ୟାଙ୍ଗ ହୋଇ ମଧ୍ୟ ସେମାନେ ଏହି ଜାତୀୟ ଖେଳରେ ଭାଗ ନେଇଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023