ସୁନାବେଶ ଦର୍ଶନ କରିବାକୁ ଆସିଥିବା ବେଳେ ଦୁର୍ଘଟଣା : ୧୬ ଆହତ, ୫ରୁ ଅଧିକ ଗୁରୁତର

Published By : Prameya-News7 Bureau | June 30, 2023 IST

ନିମାପଡା ୩୦।୬: ସୁନାବେଶ ଦର୍ଶନ କରିବାକୁ ଆସିଥିବା ବେଳେ ଅଘଟଣ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ସୁନାବେଶ ଦେଖିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ବାଇକ୍ ଓ କାର୍‌ ପୃଥକ ପୃଥକ ଭାବରେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ୮ରୁ ଅଧିକ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହୋଇଥିଲେ । ଆହତମାନେ ଭୁବନେଶ୍ୱର, କଟକ, ଯାଜପୁର, ପାଣି କୋଇଲି ଅଞ୍ଚଳର ବୋଲି ସୂଚନା ।

You Can Read :

wp:embed {"url":"https://www.prameyanews7.com/dhableswar-temporary-road-washed-away-by-water/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dhableswar-temporary-road-washed-away-by-water/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.