Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଡକାୟତି ଯୋଜନା ଉଦ୍ୟମ ବେଳେ ମାଡ଼ି ବସିଲା ପୋଲିସ, ୭ ଅଭିଯୁକ୍ତ ଗିରଫ

20/02/2023 at 10:03 PM

ପୁରୀ, ୨୦/୦୨: ଡକାୟତି ଯୋଜନା ଉଦ୍ୟମ ବେଳେ ମାଡ଼ି ବସିଲା ପୋଲିସ। ଗ୍ୟାଙ୍ଗର ମୁଖ୍ୟ ସହ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ବାସେଳୀ ସାହି ଥାନା ପୋଲିସ। ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଓ ଅଫୁଟା ବୋମା ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ପେଣ୍ଠକଟା ବେହେରା ସାହିର ଗିରିଆ ବେହେରା ଓରଫ୍ ଟେରା, ହାତୀଶାଳର ଗୌତମ ଦାସ, ପାର୍ବତୀପୁର ଅଞ୍ଚଳର ଡମ୍ବରୁଧର ଖଟେଇ, ହେରାଗୋହିରୀ ସାହିର ମୃତ୍ୟୁଞ୍ଜୟ ଦାସ, ନରେନ୍ଦ୍ର କୋଣର ସଞ୍ଜୟ ପ୍ରଧାନ, ଦତ୍ତତୋଟାର ସଞ୍ଜୟ ସିଂ ଓ ତ୍ରିଦେବ ନଗରର ସୀତାରାମ ପ୍ରଧାନ । ସୋମବାର ଅଭିଯୁକ୍ତମାନେ ଓମକାରେଶ୍ବର ମନ୍ଦିର ପାଖ ଜଙ୍ଗଲରେ ଏକାଠି ହୋଇ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିଲେ।

ତେବେ ଖବର ପାଇ ବାସେଳୀ ସାହି ଥାନା ପୋଲିସ ସେଠାରେ ପହଞ୍ଚି ଡକାୟତି ଯୋଜନା ପଣ୍ଡ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ବିଭିନ୍ନ ମାରଣାସ୍ତ୍ର, ଚାରୋଟି ଅଫୁଟା ବୋମା, ଗୋଟିଏ ଟର୍ଚ୍ଚ ଲାଇଟ, ବିୟର ବୋତଲ, ୫ଟି ମୋବାଇଲ ଫୋନ ସହ ତିନି ହଜାର ଟଙ୍କା ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନଙ୍କ ନାଁ ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପୋଲିସ ସୂଚନା ଦେଇଛି।

   Related Posts