ଭିଜିଲାନ୍ସ ଜାଲରେ ଅଙ୍ଗନବାଡି କର୍ମୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକକାଳୀନ ୫ଟି ସ୍ଥାନରେ ଚଢାଉ

Published By : Prameya-News7 Bureau | December 23, 2020 IST

ପୁରୀ ୨୩।୧୨: ପୁଣି ଜଣେ ଅଙ୍ଗନବାଡି କର୍ମୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ପୁରୀର ଜଣେ ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଅଙ୍ଗନବାଡି କର୍ମୀ ସାନ୍ଧ୍ୟରାଣୀ ଭଟ୍ଟଙ୍କ ଘରେ ଚଢାଉ ଜାରି ରଖିଛନ୍ତି ।

ତେବେ ସନ୍ଧ୍ୟାରାଣୀଙ୍କ ପୈତୃକ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ପୁରୀ ଭିଜିଲାନ୍ସ ଟିମ୍ ଚଢାଉ କରୁଛି । ହାତୀଶାଳରେ ଥିବା ୪ ମହଲା ବିଲ୍ଡିଂ, ସମଙ୍ଗମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ୍, ବାଲି ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ର ତଥା ଡେଲାଙ୍ଗ ହାଟସାହିରେ ଥିବା ଶ୍ବଶୁର ଘରେ ଚଢାଉ ଜାରି ରହିଛି ।

ଭିଜିଲାନ୍ସ ଟିମ୍ ବ୍ୟାଙ୍କ୍ ପାସବୁକ୍ ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ ଚଳାଇଛି । ତେବେ ଏପର୍ଯ୍ୟନ୍ତ ତାଙ୍କର କେତେ ସମ୍ପତ୍ତି ଠାବ ହେଲାଣି ସେ ନେଇ କିଛି ସୂଚନା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.