ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବଡ଼ଦାଣ୍ଡରେ ପୁଣି ବୁଲିଲା ଖଣ୍ଡା, ଆକ୍ରମଣରେ ୩ ଯୁବକ ଗୁରୁତର

18/03/2023 at 7:29 AM

ପୁରୀ ୧୮।୦୩ : ବଡ଼ଦାଣ୍ଡରେ ପୁଣି ବୁଲିଲା ଖଣ୍ଡା। ପୁରୀ ମାର୍କେଟ ଛକ ଠାରେ ୩ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ସମସ୍ତେ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ।

ତେବେ ଜୁଆ ଖେଳକୁ ନେଇ ଆକ୍ରମଣ ହୋଇଥିବା ସୂଚନା  ମିଳିଛି। ଗୁରୁତର ଅବସ୍ଥାରେ ୩ ଜଣ ଯୁବକଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଯୁବକଙ୍କ ପରିଚୟ ମିଳିନଥିବା ଦେହର ବିଭିନ୍ନ ଜାଗାରେ ଲାଗିଛି ଗୁରୁତର ଆଘାତ। ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସର ଛାନଭିନ୍ ।

ସେହିପରି କିଛି ଦିନ ତଳେ ପୁରୀରେ ୪ଜଣ ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ପୁରୀ ଟାଉନ ଥାନା ଅନ୍ତର୍ଗତ ଗୁଡିଆ ସାହିରେ ଗଣ୍ଡଗୋଳ। ଭୁଜାଲି ଚୋଟରେ ଜଣେ ସେବାୟତ ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଗୋଟାଳିରେ ପିଟିଥିଲେ ଆକ୍ରମଣକାରୀ । ଆହତ ହୋଇଥିବା ସେବାୟତ ମାନେ ହେଲେ ଗୁଡିଆ ସାହିର ମଧୁସୂଦନ ପତ୍ରୀ, କାଶୀନାଥ ପ୍ରତିହାରୀ, ବଟକୃଷ୍ଣ ମହାପାତ୍ର ଓ ରାଜନ ପୂଜାପଣ୍ଡା। ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

   Related Posts