ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ, ଘର ସମ୍ମୁଖରେ ଥିବା କାର୍‌କୁ ଦେଲେ ପୋଡି

Published By : Prameya-News7 Bureau | August 10, 2022 IST

ପୁରୀ ୧୦।୦୮ :  ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଘର ସମ୍ମୁଖରେ ଥିବା ଚାରି ଚକିଆ ଯାନକୁ ଜାଳି ଦେଲେ ଦୁର୍ବୁତ୍ତ। ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରର ଘଟଣା।

{"id":668814,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ବିଜୟ କୁମାର ଖୁଣ୍ଟିଆଙ୍କ ଚାରି ଚକିଆ ଯାନକୁ ଜାଳି ଦେବା ସହ ମାରଣାସ୍ତ୍ର ଧରି ତାଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ। ସିସିଟିଭରେ ସମସ୍ତ ଭିଜୁଆଲ କଏଦ ହୋଇଛି । ବିଜୟଙ୍କ ସାନ ପୁଅ ଦୀପକ ଖୁଣ୍ଟିଆକୁ ଗତ ଦୁଇବର୍ଷ ପୂର୍ବେ ଦୁର୍ବୁତ୍ତ ମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ତେବେ ସେହି ଘଟଣାରେ କମ୍ପରମାଇଜ୍ କରିବା ସହ କୋର୍ଟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ସାକ୍ଷୀ ନଦେବା ପାଇଁ ଏହି ଘଟଣା ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.