ଆମାଜନରେ ଅନଲାଇନରେ ନିର୍ମାଲ୍ୟ ବିକ୍ରୀ ପ୍ରସଙ୍ଗ: ସିଂହଦ୍ବାର ଥାନାରେ ଏତଲା ଦେଲେ ପୁରୀ ପ୍ରଶାସନ

Published By : Prameya-News7 Bureau | December 04, 2020 IST

ଭୁବନେଶ୍ବର୪/୧୨: ଆମାଜନରେ ଅନଲାଇନରେ ନିର୍ମାଲ୍ୟ ବିକ୍ରୀ କରିବା ପଡିଲା ମହଙ୍ଗା। ସିଂହଦ୍ବାର ଥାନାରେ ଆମାନଜ ବିରୋଧରେ  ଏତଲା  ଦିଆଯାଇଛି।ଅନଲାଇନରେ ନିର୍ମାଲ୍ୟ ବିକ୍ରୀ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି।କେଉଁ ଆଧାରରେ ଓ କାହା ନିର୍ଦ୍ଦେଶରେ ଆମାଜନ ନିର୍ମାଲ୍ୟ ବିକ୍ରୀ କରୁଛି ସେ ନେଇ ଏତଲାରେ ଦର୍ଶାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଧାରା 30(ଏ),  ଆଇପିସି 109 ଏବଂ 295 ରେ ମାମଲା ରୁଜୁ କରିବାକୁ ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଇ-କର୍ମସ ୱେବସାଇଟ୍‌ରେ ଆମାଜନର ନିର୍ମାଲ୍ୟ ବିକ୍ରିକୁ କେନ୍ଦ୍ର କରି ବିବାଦ ତେଜିବାରେ ଲାଗିଛି। ଆମାଜନ୍‌ ବିରୋଧରେ ପୁଲିସ ମାମଲା କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପାରିସ କରିଛନ୍ତି। ଏହି ସୁପାରିସ ଆଧାରରେ ଶ୍ରୀମନ୍ଦିର ନୀତି ବିଭାଗ ଥାନାରେ ଏତାଲା ଦେବାକୁ ପ୍ରସ୍ତୁତି ଚଳାଇଛ। ଗୁରୁବାର ରାତି ୯ଟା ସୁଦ୍ଧା ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ଆମାଜନ ବିରୋଧରେ କୌଣସି ଏତଲା ଦାଖଲ ହୋଇ ନଥିଲା । ଆଜି ଏହି ଏତଲା ଦାଖଲ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ରାତି ୯ଟା ସୁଦ୍ଧା ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦାଖଲ ହୋଇ ନଥିବା ଥାନାର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି ଆମାଜନ୍‌ ବିରୋଧରେ ଅଭିଯୋଗ ପତ୍ର ପ୍ରଶାସନ ପ୍ରସ୍ତୁତ କରିଛି । ଏହି ସଂସ୍ଥା ଭକ୍ତଙ୍କ ଧର୍ମଭାବନାକୁ ଆଘାତ ଦେଇ ଅନଧିକାର ନିର୍ମାଲ୍ୟ ପ୍ରସାଦକୁ ଅନ୍‌ଲାଇନରେ ବିକ୍ରି କରିବାକୁ ବିଜ୍ଞାପନ ଦେବା ଘଟଣା ଆଇନ ବିରୋଧୀ । ଆଜି କମ୍ପାନୀ ବିରୋଧରେ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ଦିଆଯିବ । ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନଥାଇ ମହାପ୍ରଭୁଙ୍କ ନିର୍ମାଲ୍ୟ ପ୍ରସାଦକୁ ଅନଧିକାର ବିକ୍ରି କରୁଥିବା ଆମାଜନ ବିରୋଧରେ ଦୌରାବିଧି ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ଦାବି କରିବ ବୋଲି ଖବର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.