suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ମମତା, ପ୍ରଶାସନ ପକ୍ଷରୁ କଡ୍ଡା ସୁରକ୍ଷା ବ୍ୟବସ୍ଥା

21/03/2023 at 12:49 PM

ପୁରୀ ୨୧/୦୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ମଙ୍ଗଳବାର ଓ ବୁଧବାର ପୁରୀ ନିର୍ମାଣ ନିବାସରେ ଅବସ୍ଥାନ କରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ତିନି ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପିଙ୍କ ସହ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ସେହିଭଳି ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଦର୍ଶନର କାର୍ଯ୍ୟକ୍ରମ ରହିଛି । ପ୍ରାୟ ତିନି ଘଣ୍ଟା ସେ ଶ୍ରୀମନ୍ଦିର ଭିତରେ ଅତିବାହିତ କରିବାର କାର୍ଯ୍ୟକ୍ରମ ରହିଛି । ୨୩ ତାରିଖରେ ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରିବେ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ଡଃ କନୱର ବିଶାଳ ସିଂ ଙ୍କ ସୂଚନା ।

   Related Posts