ବାଣ କିଣିବାକୁ ଯିବା ସମୟରେ ଦୁର୍ଘଟଣା, ଶ୍ରୀମନ୍ଦିରର ଜଣେ ସେବାୟତ ମୃତ, ଜଣେ ଗୁରୁତର

Published By : Prameya-News7 Bureau | October 19, 2022 IST

ପୁରୀ, ୧୯/୧୦: ବାଣ କିଣିବାକୁ ଯିବା ସମୟରେ ଦୁର୍ଘଟଣା। ଶ୍ରୀମନ୍ଦିରର ଜଣେ ସେବାୟତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ସେବାୟତ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ହେଉଛନ୍ତି ଦୋଳମଣ୍ଡପ ସାହିର ଲକ୍ଷ୍ମୀଧର ପଣ୍ଡା । ଆହତ ମାଟି ମଣ୍ଡପ ସାହିର ରାଧାମୋହନ ପାଢ଼ୀ ବୋଲି ଜଣାପଡ଼ିଛି । ସନ୍ଧ୍ୟାରେ ବାଣ କିଣିବା ପାଇଁ ଉଭୟେ ବାଇକ ଯୋଗେ ମାଳତୀପାଟପୁର ଯାଇଥିବା ସମୟରେ ପଛପଟୁ ଏକ ବାଇକ୍ ଧକ୍କା ଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.