AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଭୂମିକମ୍ପରେ ଥରିଲା ପପୁଆ ନ୍ୟୁ ଗିନି, ବଢିଲା ସୁନାମି ଆଶଙ୍କା

11/09/2022 at 7:45 AM

ନୂଆଦିଲ୍ଲୀ, ୧୧|୦୯: ପପୁଆ ନ୍ୟୁ ଗିନିରେ ଜୋରଦାର ଭୂମିକମ୍ପ । ରବିବାର ସକାଳେ ଏଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ବୋଲି ଜଣାପଡିଛି ।

ତେବେ ଭୂମିକମ୍ପର ଝଟକା ଏତେ ଅଧିକ ଥିଲା ଯେ, ଲୋକେ ଘରୁ ବାହାରି ଆସିଥିଲେ । ଝଟକା ଲାଗିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଏଥିରେ କଣ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ତଥ୍ୟ ଆସିପାରି ନାହିଁ ।

ଆମେରିକା ଜିଓଲୋଜିକାଲ ସର୍ଭେର ରିପୋର୍ଟ ଅନୁସାରେ,  ସ୍ଥାନୀୟ ସମୟ ୯ଟା ୪୦ ଅନୁସାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୫୦-୬୦ କିମି ଥିଲା । ତେବେ ଭୂମିକମ୍ପ ପରେ ସୁନାମି ଆସିବା ସମ୍ଭାବନା ଦେଖାଦେଇଛି ।

ସୂଚନାଯୋଗ୍ୟ, ପପୁଆ ନ୍ୟୁଗିନି ନ୍ୟୁଗିନି ଦ୍ୱୀପର ପୂର୍ବ ପ୍ରାନ୍ତରେ ଅବସ୍ଥିତ । ଏହାର ପୂର୍ବରେ ଇଣ୍ଡୋନେସିଆ ଓ ଉତ୍ତରରେ ପୂର୍ବ ଅଷ୍ଟ୍ରେଲିଆ ରହିଛି । ଏହି ଅଞ୍ଚଳ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ରିଙ୍ଗ୍ ଅଫ୍ ଫାୟାର ନିକଟରେ ମଧ୍ୟ ଆସୁଛି ।

   Related Posts