ପୁଞ୍ଜିଲାଲର ହେଲା ରୁଟିନ ଚେକ୍‌ଅପ୍‌, ସ୍ୱାସ୍ଥ୍ୟ ଯାଞ୍ଚ ପରେ ପୁଣି ଗଲା ଜେଲ୍

Published By : Prameya-News7 Bureau | August 27, 2021 IST

ବଲାଙ୍ଗିର ୨୭/୦୮: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋଲା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲର ମେହେରର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଗୁରୁବାର ପୂର୍ବାହ୍ନ ୧୧ଟାରେ ପୁଞ୍ଜିଲାଲକୁ ଜେଲରୁ ଭୀମ ଭୋଇ ମେଡିକାଲ କଲେଜକୁ ଅଣାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ସହ ଏକ୍ସରେ କରାଯାଇଥିଲା । ଏହାପରେ ତାକୁ ପୁଣି ଜେଲକୁ ନିଆଯାଇଥିଲା । ଜେଲ ଅଧିକ୍ଷକ ଧିରେନ୍ଦ୍ର ନାରାୟଣ ବାରିକ ଏହା ଏକ ନିୟମିତ ଯାଞ୍ଚ ବୋଲି ସ୍ପଷ୍ଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.