ସାମ୍ବାଦିକ ହେବାକୁ ପୁଞ୍ଜିଲାଲ୍ର ଇଚ୍ଛା, ଜେଲ୍ ଭିତରେ ଦେଉଛି ସ୍ନାତକୋତ୍ତର ପରୀକ୍ଷା
11/03/2023 at 5:19 PM

ବଲାଙ୍ଗୀର ୧୧।୩: ଜେଲ୍ ଭିତରେ ପାଠ ପଢା । ସାମ୍ବାଦିକ ହେବାକୁ ମନ ବଳାଇ ସାମ୍ବାଦିକତାରେ ପିଜି କରିବା ପାଇଁ ପରୀକ୍ଷା ଦେଉଛି ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ପ୍ରଥମ ଦିନରେ ପରୀକ୍ଷା ଦେଇଛି ପୁଞ୍ଜିଲାଲ । ଦିନ ୨ଟାରୁ ୫ଟା ଯାଏଁ ପରୀକ୍ଷା ଦେଇଛି । ବଲାଙ୍ଗୀର ଜେଲ୍ ମଙ୍ଗଳ ଅଧିକାରୀ ଆସି ପରୀକ୍ଷା କାର୍ଯ୍ୟ ତୁଲାଇଛନ୍ତି ।

୪ଟି ବିଷୟରେ ୪ ଦିନ ଧରି ପରୀକ୍ଷା ଦେବ ସାମ୍ବାଦିକ ହେବାକୁ ଚାହୁଁଥିବା ପୁଞ୍ଜିଲାଲ । ଯେଉଁଥିରେ ରିପୋର୍ଟିଂ, ଏଡିଟିଂ, କମ୍ୟୁନିକେଶନ କଂସେପ୍ଟ, ହିଷ୍ଟ୍ରି, ଏଥିକ୍ସ ଭଳି ବିଷୟ ରହିଛି । ତେବେ ୨ ବର୍ଷ କୋର୍ସ କରିବା ସହ ଓଡିଶା ଷ୍ଟେଟ୍ ଓପନ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ପାଠ ପଢୁଛି ପୁଞ୍ଜିଲାଲ । ତେବେ ଜେଲ୍ ଭିତରେ ପଢିବା ପାଇଁ ସମସ୍ତ ସୁବିଧା ଜେଲ୍ ପକ୍ଷରୁ ଯୋଗଇ ଦିଆଯାଉଥିବା ଜେଲର କହିଛନ୍ତି ।