ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଆତଙ୍କୀ ଘୋଷିତ ହେଲା ପାକିସ୍ତାନରେ ଲୁଚିଥିବା ରିଣ୍ଡା, ‘ଗଜନଭି’ ଏବଂ ‘ଖାଲିସ୍ତାନ ଟାଇଗର ଫୋର୍ସ’ ଉପରେ ବ୍ୟାନ୍ ଲଗାଇଲେ ସରକାର

17/02/2023 at 7:27 PM

ନୂଆଦିଲ୍ଲୀ: ପାକିସ୍ତାନରେ ଥିବା ବବ୍ବର ଖାଲସା ଇଣ୍ଟରନ୍ୟାସନାଲର ହରବିନ୍ଦର ସିଂ ସନ୍ଧୁ ଓରଫ ରିଣ୍ଡାକୁ କେନ୍ଦ୍ର ସରକାର ଆତଙ୍କୀ ଘୋଷଣା କରିଛନ୍ତି । ରିଣ୍ଡା ନେପାଳ ଦେଇ ଭାରତରୁ ପଳାୟନ କରି ପାକିସ୍ତାନରେ ପହଞ୍ଚିଥିଲା । ରିଣ୍ଡା ସହ ଜାମ୍ମୁ କାଶ୍ମୀର ଗଜନଭି ଫୋର୍ସ ଏବଂ ଖାଲିସ୍ତାନ ଟାଇଗର ଫୋର୍ସକୁ ଶୁକ୍ରବାର ସରକାର ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି । ଜାମ୍ମୁ କାଶ୍ମୀର ଗଜନଭି ଫୋର୍ସ ୨୦୨୦ ମସିହାରେ ଆତଙ୍କବାଦୀ ସଂଗଠନ ରୂପେ ସାମନାକୁ ଆସିଥିଲା ।

ଖାଲିସ୍ତାନ ଟାଇଗର ଫୋର୍ସ ଏକ ଉଗ୍ରବାଦୀ ସଂଗଠନ । ଏହାର ଉଦ୍ଦେଶ୍ୟ ପଞ୍ଜାବରେ ପୁଣି ଥରେ ଆତଙ୍କବାଦକୁ ପୁର୍ନଜୀବିତ କରାଇ ଭାରତର ଅଖଣ୍ଡତା ଏବଂ ରାଷ୍ଟ୍ରୀୟ ସୁରକ୍ଷାକୁ ଆଘାତ ପହଞ୍ଚାଇବା । ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ ଜେକେଜିଏଫ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ, ମାଦକ ଦ୍ରବ୍ୟ ଏବଂ ହତିଆର ଚାଲାଣ, ଆତଙ୍କବାଦୀ ଆକ୍ରମଣ ଏବଂ ସୁରକ୍ଷାକୁ ନିୟମିତ ରୂପେ ଧମକ ଦେବା ସାମିଲ ଅଛି ।

ଗୃହ ମନ୍ତ୍ରାଳୟ ରିଣ୍ଡାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ଖାଲାସା ଇଣ୍ଟରନ୍ୟାସନାଲ ସହ ଜଡିତ ରିଣ୍ଡା ଲାହୋରରେ ସୀମା ପାର ଏଜେନ୍ସିଙ୍କ ସୁରକ୍ଷାରେ ରହିଛି । ୟୁଏପିଏର ଚତୁର୍ଥ ଅନୁସୂଚୀରେ ରିଣ୍ଡା ଏବେ ୫୪ ନାମିତ ଆତଙ୍କଦାବୀ । ହରବିନ୍ଦର ସିଂ ସନ୍ଧୁ ଓରଫ ରିଣ୍ଡା ପଞ୍ଜାବର ତରନ ତାରନର ମୂଳ ବାସିନ୍ଦା । କିନ୍ତୁ ପରେ ସେ ମହାରାଷ୍ଟ୍ରର ନାନ୍ଦେଡ ସାହେବ ଚାଲିଯାଇଥିଲା । ସେଠାରୁ ପଳାୟନ କରି ଏବେ ପାକିସ୍ତାନରେ ଲୁଚି ରହିଛି । ଫେକ୍ ପାସପୋର୍ଟ ସାହାଯ୍ୟରେ ସେ ନେପାଳ ଦେଇ ପାକିସ୍ତାନରେ ପହଞ୍ଚିଥିଲା । ରିଣ୍ଡାକୁ ୨୦୧୧ରେ ଜଣେ ଯୁବକଙ୍କ ମୃତ୍ୟୁ ମାମଲାରେ ଆଜୀବନ ଜେଲ ଦଣ୍ଡ ମିଳିଥିଲା ।

   Related Posts