ଟାର୍ଗେଟ୍‌ରେ ଆଉ ଏକ ଗାୟକ, ହନି ସିଂ କହିଲେ- ଛାଡିବି ନାହିଁ.. ଯିଏ ଏମିତି କରିଛି

Published By : Prameya-News7 Bureau | October 03, 2022 IST

ମୁମ୍ଵାଇ ୦୩।୧୦: ସିଦ୍ଧୁ ମୁସେୱାଲାଙ୍କ ପରେ ଏବେ ଆଉ ଜଣେ ଗାୟକଙ୍କ ଉପରେ ଆକ୍ରମଣ ହୋଇଛି। ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ଅନ୍ୟ ଏକ କଳାକାରଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଛି। ସେ ହେଉଛନ୍ତି ପ୍ରସିଦ୍ଦ ସିଙ୍ଗର ଅଲଫାଜ୍‌। ଏନେଇ ହନି ସିଂ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ଗାୟକଙ୍କ ଉପରେ ହୋଇଥିବା ଆକ୍ରମଣର ଖବର ସେୟାର କରିଛନ୍ତି। ହନି ସିଂ ତାଙ୍କର ଫଟୋ ସେୟାର କରି ଆଶ୍ଚର୍ଯ୍ୟଜନକ ଖବର ଜଣାଇଛନ୍ତି।

ହନି ସିଂ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଅଲଫାଜ୍‌ଙ୍କୁ ଡାକ୍ତରଖାନା ବେଡ୍‌ରେ ଦେଖିବାକୁ ମିଳିଛି। ଏନେଇ ହନିଂ ସିଂ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଯିଏ ଏହା କରିଛି, ମୁଁ ତାଙ୍କୁ ଛାଡିବି ନାହିଁ। ଅଲଫାଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା ଦର୍ଶାଯାଇଛି। ରବିବାର ଦିନ ତାଙ୍କୁ ଚିକିତ୍ସା ପାଇଁ ମୋହାଲିର ଫୋର୍ଟିସ୍ ହସ୍ପିଟାଲକୁ ଅଣାଯାଇଥିଲା।

{"width":850,"height":469}
सिद्धू मूसेवाला के बाद अब एक और पंजाबी सिंगर पर हुआ हमला, हनी सिंह बोले- छोड़ूंगा  नहीं! | Navyug Sandesh

ଶନିବାର ରାତିରେ, ଯେତେବେଳେ ଅଲଫାଜ୍ ତାଙ୍କର କିଛି ସାଙ୍ଗଙ୍କ ସହ ଡିନର ପାଇଁ ଏକ ଧବାରେ ପହଞ୍ଚିଥିଲେ। ସେତେବେଳେ ଗ୍ରାହକ ଏବଂ ଢାବା ମାଲିକଙ୍କ ମଧ୍ୟରେ ଟଙ୍କାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯେତେବେଳେ ଗ୍ରାହକ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କଲେ, ଅଲଫା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ରାଗିକି ଗାୟକଙ୍କୁ ଆକ୍ରମଣ କଲେ। ଉକ୍ତ ଆକ୍ରମଣକାରୀଙ୍କ ନାମ ବିଶାଲ ବୋଲି କୁହାଯାଉଛି ଏବଂ ମୋହାଲି ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। କିଛି ଘଣ୍ଟା ପୂର୍ବରୁ ହନି ସିଂ ଅନ୍ୟ ଏକ ପୋଷ୍ଟ ସେୟାର କରି ଆକ୍ରମଣକାରୀଙ୍କୁ ପୋଲିସ ଧରିଥିବାର ନେଇ କହିଥିଲେ। ଅଲଫାଜ୍‌ ମଧ୍ୟ ବର୍ତ୍ତମାନ ବିପଦରୁ ବାହାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.