ଭାରତୀୟ ଫିଲ୍ମ ଅଭିନେତାଙ୍କୁ ଆମେରିକାରେ ଛୁରାମାଡ଼
16/03/2023 at 3:52 PM

ଚଣ୍ଡିଗଡ଼: ଭାରତୀୟ ଅଭିନେତାଙ୍କୁ ଆମେରିକାରେ ଆକ୍ରମଣ। ପଞ୍ଜାବୀ ଅଭିନେତା ଅମନ ଧାଲିୱାଲଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅମନ ଜିମ୍ରେ ବ୍ୟାୟାମ କରୁଥିବା ବେଳେ ତାଙ୍କ ଉପରେ ଛୁରାମାଡ଼ ହୋଇଥିଲା। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ତେବେ କିଏ ଛୁରାମାଡ଼ କଲେ ଓ କାହିଁକି ଆକ୍ରମଣ ହେଲା ସେ ନେଇ କୌଣସି ସ୍ପଷ୍ଟ ଖବର ଆସି ନାହିଁ। ତେବେ ଆକ୍ରମଣ ପରେ ଅମନ ଛାତି, ବେକ ଓ ବାହୁରେ ବ୍ୟାଣ୍ଡେଜ୍ କରିଥିବାର ଫଟୋ ଦେଖିବାକୁ ମିଳିଛି। ଜିମ୍ରେ ଆକ୍ରମଣକାରୀ ତାଙ୍କୁ ଛୁରାମାଡ଼ କରିବା ସହ ଛୁରି ଧରି ଅନ୍ୟମାନଙ୍କୁ ଗାଳିଗୁଲଜ୍ କରିଥିଲା। ହେଲେ ସୁଯୋଗ ପାଇଁ ଅମନ ଆକ୍ରମଣକାରୀଙ୍କୁ ଧରିପକାଇଥିଲେ। ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।
ସୂଚନା ଥାଉକି, ଅମନ pollywood (ପଞ୍ଜାବ ଫିଲ୍ମ) ଇଣ୍ଡିଷ୍ଟ୍ରୀରେ ଜଣେ ଜଣାଶୁଣା ଅଭିନେତା। ବିର୍ଷା, ଇକ କୁଡି ପଞ୍ଜାବ ଦି, ଅଜ ଦି ରାଞ୍ଝେ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ସେହିପରି ବଲିଉଡ୍ ଫିଲ୍ମ ଯୋଦ୍ଧା ଆକ୍ବରରେ ମଧ୍ୟ ସେ ତାଙ୍କ ଅଭିନୟରେ ଯାଦୁ ଦେଖାଇସାରିଛନ୍ତି।