ଅଭିଯୋଗ କରିବାକୁ ଆସିଥିବା ସୁନ୍ଦରୀ ମଡେଲଙ୍କୁ ହୋଟେଲରେ ଛାଡିବାକୁ ଗଲେ ସବ୍-ଇନିସପେକ୍ଟର , ବାଥରୁମ୍ ଯିବା ବାହାନାରେ କଲେ ଦୁଷ୍କର୍ମ

Published By : Prameya-News7 Bureau | October 24, 2018 IST

ଚଣ୍ଡିଗଡ଼ ୨୪/୧୦:କଥାରେ ଅଛି ରକ୍ଷକ ଯଦି ଭକ୍ଷକ ହୁଏ ତାହେଲେ କାହାକୁ ଗୁହାରୀ କରିବ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ଚଣ୍ଡିଗଡରେ ।  ଠକମିର ଶିକାର ହୋଇଥିବା ମୁମ୍ବାଇର ଜଣେ ମଡେଲ୍ ଚଣ୍ଡିଗଡ ପୋଲିସ୍ ପାଖକୁ ଅଭିଯୋଗ କରିବାକୁ ଯାଇଥିଲେ। ପୋଲିସ ତାଙ୍କ ଅଭିଯୋଗ ରଖିଲା ଓ ଅଭିଯୁକ୍ତକୁ ଗିରଫ ମଧ୍ୟ କଲା । ହେଲେ ସୁନ୍ଦରୀମଡେଲଙ୍କୁ ଦେଖି ଫିଦା ହୋଇଯାଇଥିବା ସବଇନିସପେକ୍ଟର ଚାଲ କରି ମଡେଲଙ୍କୁ ଦୁଷ୍କର୍ମ କରିଥିଲେ । ଏବେ ସଂପୃକ୍ତ ସବଇନିସପେକ୍ଟରଙ୍କ ଚାକିରୀ ଯାଇଛି ଆଉ ପୋଲିସ ତାଙ୍କୁ ଖୋଜୁଛି । ଏହି ରଂଗୀଲା  ସବ୍ ଇନିସପେକ୍ଟରଙ୍କ ନାଁ ନବୀନ ଫୋଗାତ ବୋଲି ଜଣାପଡ଼ିଛି। ଦୁଷ୍କର୍ମ ମାମଲା ପରେ ସେ ଫେରାର ହୋଇଯାଇଛନ୍ତି ଏବଂ ତାଙ୍କର ଫୋନ୍ ବନ୍ଦ ଅଛି। ନବୀନ ଫୋଗାଟ ଗିରଫରୁ ବଞ୍ଚିବା ନିମନ୍ତେ କୋର୍ଟରେ ଅଗ୍ରୀମ ଜାମିନ ଆବେଦନ କରିବାକୁ ଉଦ୍ୟମ କରୁଛନ୍ତି। ସୂଚନା ଅନୁସାରେ ୨୦୧୮ମସିହା ଜୁନ୍ ୧୧ରେ ମୁମ୍ବାଇ, ଚେନ୍ନାଇ ଏବଂ ଅନ୍ୟ ସହରର କିଛି ମଡେଲଙ୍କୁ ଫିଲ୍ମରେ କାମ ଦେବା ପାଇଁ କହି ନିର୍ଦ୍ଦିଷ୍ଟ ଏକ ସଂସ୍ଥା ଠକିଥିଲା। ମୁମ୍ବାଇର ଜଣେ ମଡେଲ ଚଣ୍ଡିଗଡ଼ରେ ଥିବାବେଳେ ସମାନ ଧରଣର ଠିକାମିର ସମ୍ମୁଖୀନ ହୋଇଥିଲେ ।  ଏଥିପାଇଁ ସେ ଅଭିଯୋଗ କରିବା ପାଇଁ ଚଣ୍ଡିଗଡ଼ ପୋଲିସ ନିକଟରେ ପହଂଚିଥିଲେ । ଅଭିଯୋଗକ୍ରମେ ଚଣ୍ଡିଗଡ ପାଖରେ ଥିବା ଧନାସରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଅପରପକ୍ଷରେ ଥାନାକୁ ଆସିଥିବା ମଡେଲଙ୍କୁ ଛାଡିବା ପାଇଁ ସେ ରହୁଥିବା ଇଣ୍ଡଷ୍ଟ୍ରିଆଲ ଏରିଆ ଫେଜ-୨ ସ୍ଥିତ ଏକ ହୋଟେଲକୁ ନବୀନ ଯାଇଥିଲେ। ମଡେଲଙ୍କ କହିବା ଅନୁସାରେ ହୋଟେଲ ପହଞ୍ଚିବା ପରେ ନବୀନ ବାଥରୁମ୍ ଯିବା କଥା ମଡେଲଙ୍କୁ କହିଥିଲେ। ଏହି ବାହାନାରେ ସେ ମଡେଲଙ୍କ ରୁମରେ ପଶିଯାଇଥିଲେ। ମଡେଲଙ୍କୁ ଠକିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହି ହୋଟେଲ ରୁମ ମଧ୍ୟରେ ମଡେଲଙ୍କୁ ଦୁଷ୍କର୍ମ କରିଥିଲେ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଏସଆଇ ନବୀନଙ୍କ ବିରୋଧରେ ୧୦କୋଟି ଟଙ୍କାର ବିଟ୍‌ କଏନ ଘୋଟାଲାରେ ଲାଞ୍ଚ ନେଇଥିବା ଅଭିଯୋଗ ରହିଛି । ଏହି ଦୁର୍ନୀତିର ଅଭିଯୁକ୍ତ ସଞ୍ଚିତ ଅଲାଗକୁ ମଧ୍ୟ ସେ ବେଆଇନଭାବେ ସାହାଯ୍ୟ କରିଥିବା ଅଭିଯୋଗ ରହିଛି। ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସଏସପି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.