ଚଣ୍ଡିଗଡ଼: ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସକୁ ଝଟକା । ହାତ ଛାଡ଼ିଲେ କଂଗ୍ରେସ ମହାସଚିବ ଏବଂ ହିମାଚଳ ପ୍ରଦେଶ ଦାୟିତ୍ବ ଥିବା ଡକ୍ଟର ତେଞ୍ଜିଦର ସିଂହ ବିଟ୍ଟୁ । ସେ ପଞ୍ଜାବ ଭୋଟ୍ ପୂର୍ବରୁ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେ ଶନିବାର ବିଜେପିରେ ସାମିଲ୍ ହେବେ ।
ଡକ୍ଟର ତେଞ୍ଜିଦର ସିଂହ ବିଟ୍ଟୁ କଂଗ୍ରେସର ସମସ୍ତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେଙ୍କ ନିକଟକୁ ପଠାଇବା ସହିତ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି । ଆଜି ସେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଦଳରେ ସାମିଲ ହେବେ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ଡକ୍ଟର ତେଞ୍ଜିଦର ସିଂହ ଗତ କିଛି ଦିନ ହେଲା ବିଜେପି ବରିଷ୍ଠ ନେତାଙ୍କ ସମ୍ପର୍କରେ ରହିଥିଲେ । ତାଙ୍କ ସହିକ ମିଟିଂ ମଧ୍ୟ ଚାଲୁଥିଲା ।
Tajinder Singh Bittu, AICC Secretary In-Charge Himachal Pradesh & close aide of Priyanka Gandhi resigns from primary membership of Congress Party pic.twitter.com/59HK4wnrOY
— ANI (@ANI) April 20, 2024
ପଞ୍ଜାବର ଜଳନ୍ଧରର ବାସିନ୍ଦା ହେଉଛନ୍ତି ଡକ୍ଟର ତେଞ୍ଜିଦର ସିଂହ ବିଟ୍ଟୁ । ସେ ଗତ କିଛି ବର୍ଷ ହେଲା କଂଗ୍ରେସ ପାର୍ଟିରେ ଜଣେ ପ୍ରାଥମିକ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ହେଲେ ଏହା ପୂର୍ବରୁ ସେ ରାଜନୀତି ଠାରୁ ଦୂରେଇ ରହିଥିଲେ । ୨୦୧୭ରେ ପୁଣି ଥରେ କଂଗ୍ରେସରେ ସାମିଲ୍ ହୋଇଥିଲେ । ମାତ୍ର ଏବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।