suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟ୍ରକ୍ ଡ୍ରାଇଭରରୁ ଗ୍ୟାଙ୍ଗଷ୍ଟର ଇଚ୍ଛା; ଅମୃତପାଲ ସିଂହ ପଳାତକ ଘୋଷିତ, ଗିରଫ ପାଇଁ ଚଢ଼ାଉ ଜାରି

19/03/2023 at 10:36 AM

ଚଣ୍ଡିଗଡ଼: ଖଲିସ୍ତାନ ସମର୍ଥିତ ସଂଗଠନ ‘ଓ୍ବାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂହ ଫେରାର୍ । ପଞ୍ଜାବ ପୋଲିସ, ଆଇଏସଆଇ ସହିତ ଜଡ଼ିତ ଥିବା ଅମୃତପାଲ ସିଂହକୁ ପଳାତକ ଘୋଷିତ କରିଛି । ଅମୃତପାଲକୁ ଗିରଫ ପାଇଁ ବଡ଼ ଅପରେସନ ଧରଣର ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପଞ୍ଜାବ ପୋଲିସ । ହରିୟାଣାରେ ଥିବା ଫାଇନ୍ସର ଦଲଜିତ୍ ସିଂକୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ୍ ଏହି ଅପରେସନରେ ପ୍ରାୟ ୭୮ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।

ଖଲିସ୍ତାନ ଦେଶ ଦାବି କରୁଥିବା ଆତଙ୍କୀ ଅମୃତପାଲ ସିଂହଙ୍କ ପାଇଁ ପଞ୍ଜାବ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସ ଆଇନ ଶୃଙ୍ଖଳା ବ୍ୟବସ୍ଥା ଜାରି ରଖିବା ପାଇଁ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ପଞ୍ଜାବ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ଏବଂ ଏସଏମଏସ ସର୍ଭିସିକୁ ବନ୍ଦ କରିଦେଇଛି । ଅନେକ ସ୍ଥାନରେ ୧୪୪ ଧାରା ଜାରି ରହିଛି ।

ଅମୃତପାଲ ସିଂହକୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସ ସର୍ଚ୍ଚ ଅପରେସନ ଚଳାଇଥିଲା । ଯାଞ୍ଚ ବେଳେ ପୋଲିସକୁ ପଏଣ୍ଟ-୩୧୫ ବୋର ରାଇଫଲ, ୧୨ ବୋରର ୭ଟି ରାଇଫଲ, ଗୋଟିଏ ରିଭରବଲ୍, ୩୭୩ କାରସୁତ୍ ସହିତ ୯ଟି ମାରଣାସ୍ତ୍ର ଜବତ କରାଯାଇଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ଇବା ପାଇଁ ଅମୃତପାଲ ସିଂହକୁ ପଞ୍ଜାବ ପଠାଇଥିଲା । ଅମୃତପାଲ ସିଂ କେମିତି ଆଇଏସଆଇର ଲିଙ୍କରେ ଆସିଲା । ଅଧିକାରୀ କହିବା ମୁତାବକ, ଆତଙ୍କୀ ଅମୃତପାଲ ସିଂ ଦୁବାଇରେ ଏକ ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିଲା ।  ଆଇଏସଆଇ ଖଲିସ୍ତାନ ସମର୍ଥକଙ୍କ ଜରିଆରେ ଅମୃତପାଲକୁ ଉଗ୍ରବାଦୀ ଟ୍ରେନିଂ ଦେଇ ପଞ୍ଜାବକୁ ପଠାଇଥିଲା । ଅମୃତପାଲ ପଞ୍ଜବ ଫେରିବା ପରେ ଲଗାତାର ଖଲିସ୍ତାନ ସଂଗଠନକୁ ସମର୍ଥନ କରୁଥିଲା । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଓ ପଞ୍ଜାମ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂହ ମାନଙ୍କୁ ହତ୍ୟା ଧମକ ଦେଇଥିଲା । ପୋଲିସ ଅମୃତପାଲ ସିଂହକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ଡେରା ପକାଇଛି ।  

   Related Posts