ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସରକାରୀ ବାସଭବନକୁ ଘେରିଲେ କୃଷି ଶ୍ରମିକ: ବାଧ୍ୟ ହୋଇ ଲାଠି ଚାର୍ଜ କଲା ପୁଲିସ୍

Published By : Prameya-News7 Bureau | November 30, 2022 IST

ଚଣ୍ଡିଗଡ଼: ଦାବି ପୂରଣ ନେଇ ଆଜି ପଞ୍ଜାବର ଆପ୍ ସରକାରଙ୍କୁ ଘେରିଲେ କୃଷି ଶ୍ରମିକ। ୮ ଟି ଶ୍ରମିକ ସଂଗଠନର କୃଷି ଶ୍ରମିକମାନେ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସଙ୍ଗରୁର ସ୍ଥିତ ବାସବଭନ ଘେରାଉ କରିଛନ୍ତି। ସ୍ଥିତି ଅଣାୟତ ହେବାରୁ ପୁଲିସ ଲାଠି ଚାର୍ଜ କରିଛି।

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ୍‌(MGNREGA) ଯୋଜନାରେ ଶ୍ରମିକଙ୍କ ଦୈନିକ ମଜୁରୀ ୭୦୦ ଟଙ୍କା କରିବାକୁ ଦାବି କରି ଆଜି କୃଷି ଶ୍ରମିକମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ। ଏଥିସହିତ ଦଳିତଙ୍କ ପାଇଁ ୫ ମାର୍ଲା ପ୍ଲଟ୍ ଯୋଜନା(ପଞ୍ଜାବ ସରକାରଙ୍କର ବାସହୀନକୁ ଗୃହ ପ୍ରଦାନ ଯୋଜନା) ଓ ସାଧାରଣ ପଞ୍ଚାୟତର ତୃତୀୟ ଅଂଶ ଜମିକୁ ଦଳିତ ସମ୍ପ୍ରଦାୟକୁ ଠିକା ଦେବା ଆଦି ଦାବି କରିଛି କୃଷକ ଶ୍ରମିକ ସଂଗଠନ।   

ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତୀବ୍ର ଆନ୍ଦଳୋନ ଜାରି ରହିଥିବା ବେଳେ ପୁଲିସ ଲାଠି ଚାର୍ଜରେ ଅନେକ ଶ୍ରମିକ ଆହତ ହୋଇଛନ୍ତି। ଏହି ଦାବିଗୁଡିକୁ ନେଇ କୃଷକ ଶ୍ରମିକମାନେ ଦୀର୍ଘଦିନ ଧରି ଧାରଣ ଦେବା ପରେ ପଞ୍ଜାବ ସରକାର ଏହାର ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପାଇବା ପରେ ଅକ୍ଟୋବର ମାସରେ ଆନ୍ଦୋଳନ ବନ୍ଦ କରିଥିଲେ ଚାଷୀ। ହେଲେ ପଞ୍ଜାବ ସରକାର ପ୍ରତିଶ୍ରୁତି ଦେଇ ଭୁଲିଯିବା କାରଣରୁ ଚାଷୀ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.