ପଞ୍ଜାବ ୱାନ ଏମଏଲଏ ୱାନ ପେନସନ୍‌ ସ୍କିମକୁ ମିଳିଲା ରାଜ୍ୟପାଳଙ୍କ ମଞ୍ଜୁରୀ, ଟ୍ୱିଟ୍‌ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 13, 2022 IST

ଚଣ୍ଡିଗଡ଼ ୧୩।୮:  ପଞ୍ଜାବ ୱାନ ଏମଏଲଏ ୱାନ୍‌ ପେନସନ୍ ବିଲକୁ ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିଯାଇଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଶନିବାର ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ବିଧେୟକ ଅନୁସାରେ ଜଣେ ବିଧାୟକଙ୍କୁ ଏବେ ଗୋଟିଏ ପେନସନ ମିଳିବ। ତେବେ ରାଜ୍ୟରେ ବିଧାୟକମାନଙ୍କୁ ସେମାନଙ୍କ ପ୍ରତି କାର୍ଯ୍ୟକାଳ ନିମନ୍ତେ ପୃଥକ ପୃଥକ ପେନସନ୍ ମିଳୁଥିଲା।

{"id":670338,"sizeSlug":"full","linkDestination":"none"}

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଏ ନେଇ ଏକ ଟ୍ୱିଟ୍‌ କରିଥିବା ବେଳେ ସରକାର ଏବେ ନୋଟିଫିକେସନ ଜାରି କରିଛନ୍ତି। ୱାନ ଏମଏଲଏଲ ୱାନ ପେନସନ୍ ସ୍କିମ୍ ଯୋଜନାରେ ବିଧାୟକମାନଙ୍କର ଶୁଲ୍କ ସଞ୍ଚୟ ହେବ ବୋଲି କୁହାଯାଇଛି। ଦୀର୍ଘ ସମୟରୁ ହୋଇ ଆସୁଥିବା ଦାବିନେଇ ପଞ୍ଜାବ ମନ୍ତ୍ରୀମଣ୍ଡଳ ଗତ ମେ ମାସରେ ରାଜ୍ୟ ବିଧାନମଣ୍ଡଳ ସଦସ୍ୟ (ପେନସନ ଓ ଚିକିତ୍ସା ସୁବିଧା ବିନିୟମନ) ଅଧିନିୟମ ୧୯୭୭ର ଏକ ସଂଶୋଧନକୁ ମଞ୍ଜୁର କରିଥିଲେ।

wp:html /wp:html

ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଯଦି କେହି ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ତେବେ ତାଙ୍କୁ ପ୍ରତ୍ୟେକ କାର୍ଯ୍ୟକାଳ ଲାଗି ଅଲଗା ପେନସନ ଦିଆଯାଉଥିଲା। ହେଲେ ଏହି ସଂଶୋଧନ ରେ ବିଧାୟକଙ୍କୁ ଗୋଟିଏ ପେନସନ୍‌ ମିଳିବ। ବିଧାୟକଙ୍କ ପେନସନ ସମ୍ପର୍କରେ ଅଧିସୂଚନା ଜାରି ହେବା ପରେ ଏବେ ପ୍ରତ୍ୟେକ ବିଧାୟକଙ୍କୁ ତାଙ୍କ କାର୍ଯ୍ୟକାଳ ଶେଷରେ ୬୦ ହଜାର ଟଙ୍କାର ପେନସନ ଓ ଡିଏ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.