ଦୁବାଇ ୨୧/୦୯ : ଇଣ୍ଡିଆନ୍ ପ୍ରମିୟର ଲିଗ୍ (IPL)ର ୩୨ ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲସ୍ ଏବଂ ପଞ୍ଜାବ କିଙ୍ଗସ୍ ମୁହାଁମୁହିଁ ହୋଇଛନ୍ତି । ପଞ୍ଜାବ୍ କିଙ୍ଗସ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୮୫ ରନ କରିଛି ରାଜସ୍ଥାନ ରୟାଲ୍ସ । ଜଶସ୍ବୀ ଜୟସ୍ବାଲ ଏବଂ ମହିପାଲ ଲୋମରର୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବକୁ ୧୮୬ ରନର ବିଜୟ ଲକ୍ଷ୍ୟ ଦେଇଛି ରାଜସ୍ଥାନ ।
ରାଜସ୍ଥାନ ପକ୍ଷରୁ ଓପନର ଇଭିନ୍ ଲୁଇସ୍ ଏବଂ ଜଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ । ଲୁଇସ୍ ୨୧ ବଲ ଖେଳି ୭ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୩୬ ରନ କରି ଆଉଟ ହୋଇଥିଲେ । ଅନ୍ୟ ପଟେ ଜୟସ୍ବାଲ ବିସ୍ଫୋରକ ବ୍ୟାଟିଂ ଜାରି ରଖି ୩୬ ବଲରେ ୬ ଚୌକା ଏବଂ ୨ଟି ଛକା ସହାୟତାରେ ୪୯ ରନ କରି ଆଉଟ ହୋଇଥିଲେ । ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇପାରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସଞ୍ଜୁ ସାମସନ୍ ୪ରନ, ଲିୟାମ୍ ଲିଭିଙ୍ଗଷ୍ଟୋନ୍ ୨୫ ରନ କରି ଆଉଟ ହୋଇଛନ୍ତି । ମହିପାଲ ଲୋମରର୍ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୭ ବଲରେ ୨ ଚୌକା ଏବଂ ୪ଟି ଛକା ସହାୟତାରେ ୪୩ ରନ କରି ଆଉଟ ହୋଇଛନ୍ତି । ରିୟାନ ପରାଗ ୪ ରନ, ରାହୁଲ ତେଓ୍ବାତିୟା୨ ରନ, କ୍ରିସ୍ ମୋରିସ୍ ୫ ରନ, ଚେତନ୍ ସକାରିୟା ୭ ରନ, କାର୍ତ୍ତିକ୍ ତ୍ୟାଗି ୧ ରନ କରି ଆଉଟ ହୋଇଥିବା ବେଳେ ମୁସ୍ତଫିଜୁର ରେହମାନ ୦ ଏବଂ ରନ କରି ଅପରାଜିତ ଅଛନ୍ତି ।
ପଞ୍ଜାବ କିଙ୍ଗସ୍ ପକ୍ଷରୁ ମହମ୍ମଦ ସାମୀ ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୨୧ ରନ ଦେଇ ୩ଟି ଓ୍ବିକେଟ୍ ନେଇଛନ୍ତି । ସେହିଭଳି ଇଶାନ୍ ପୋରେଲ ୪ ଓଭରରେ ୩୯ ରନ ୧ ଓ୍ବିକେଟ୍, ଦୀପକ ହୁଡ୍ଡା ବ୍ୟୟବହୁଳ ସାବ୍ୟସ୍ତ ହୋଇ ୨ ଓଭରରେ ୩୭ରନ, ଅର୍ଷଦୀପ ସିଂହ ୪ ଓଭରରେ ୩୨ ରନ ୫ ଓ୍ବିକେଟ୍, ଆଦିଲ ରସୀଦ ୩ ଓଭରରେ ୩୫ ରନ ଏବଂ ହରପ୍ରୀତ୍ ବରାର ୩ ଓଭରରେ ୧୭ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।