IPL 2021 : ଭେଙ୍କଟେସ୍‌ ଆୟରଙ୍କ ଦମଦାର ଅର୍ଦ୍ଧଶତକ, ପଞ୍ଜାବକୁ ବିଜୟ ଲକ୍ଷ୍ୟ ୧୬୬

Published By : Prameya-News7 Bureau | October 01, 2021 IST

ଦୁବାଇ ୦୧/୧୦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ IPlର ୪୫ ତମ ମ୍ୟାଚ୍‌ରେ ଆଜି ସାମ୍ନାସାମ୍ନୀ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା କୋଲକାତା ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୬୫ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ଓପନର ଭେଙ୍କଟେସ୍‌ ଆୟର ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଭେଙ୍କଟେସ୍ ଆୟର ୪୯ ବଲରୁ ୯ ଚୌକା ଏବଂ ୧ ଛକା ସହାୟତାରେ ୬୭ରନ କରି ଆଉଟ ହୋଇଥିବା ବେଳେ, ଶୁଭମାନ ଗିଲ ମାତ୍ର ୭ ରନ କରି ଆଉଟ ହୋଇଛନ୍ତି । ସେହିଭଳି ରାହୁଲ ତ୍ରିପାଠୀ ୩୪ ରନ, ଇୟନ୍‌ ମୋର୍ଗାନ୍‌ ୨ ରନ, ନୀତିଶ ରାଣା ୩୧ ରନ, ଟିମ୍‌ ସେଫେର୍ଟ ୨ ରନ ଏବଂ ଦିନେଶ କାର୍ତ୍ତିକ ୧୧ ରନ କରି ଆଉଟ ହୋଇଛନ୍ତି । ସୁନୀଲ ନାରିନ୍ ୩ ରନ କରି ଅପରାଜିତ ଅଛନ୍ତି ।

ଅନ୍ୟପଟେ ପଞ୍ଜାବ କିଙ୍ଗସ୍ ପକ୍ଷରୁ ଫାବିଆନ୍‌ ଆଲେନ୍‌ ୪ ସଭରରେ ୩୮ ରନ ବ୍ୟୟ କରିଥିବା ବେଳେ ନାଥାନ୍‌ ଇଲ୍ଲିସ୍‌ ୪ ଓଭରରେ ୪୬ ରନ ଦେଇ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି । ରଭି ବିଷ୍ଣୋୟୀ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ମାତ୍ର ୨୨ ରନ ଦେଇ ୨ ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ମହମ୍ମଦ ସାମୀ ୪ ଓଭରରେ ୨୩ ରନ ଦେଇ ୧ ଓ୍ବିକେଟ୍, ଅର୍ଷଦୀପ ସିଂହ ୪ ଓଭରରେ ୩୨ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.