IPL 2021 : ମ୍ୟାକ୍ସଓ୍ବେଲଙ୍କ ଦମଦାର ଅର୍ଦ୍ଧଶତକ, ହେନରିକ୍ସଙ୍କ ଘାତକ ବୋଲିଂ, ପଞ୍ଜାବକୁ ବିଜୟ ଲକ୍ଷ୍ୟ ୧୬୫

Published By : Prameya-News7 Bureau | October 03, 2021 IST

ଶାରଜାହ ୦୩/୧୦ : ଇଣ୍ଡିଆନ ପ୍ରିମିୟର ଲିଗର ୪୮ ତମ ମୁକାବିଲାରେ ସାମ୍ନସାମ୍ନୀ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ୍‌ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କୋହଲିଙ୍କ ବେଙ୍ଗାଲୁରୁ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି ଆର୍‌ସିବି । ପଞ୍ଜାବ କିଙ୍ଗସ୍‌କୁ ଜିତିବାକୁ ହେଲେ ୧୬୫ ରନ କରିବାକୁ ହେବ ।

ବେଙ୍ଗାଲୁରୁ ପକ୍ଷରୁ ଓପନର ବିରାଟ କୋହଲି ଏବଂ ଦେବଦତ୍ତ ପାଡିକଲ ଭଲ ଆରମ୍ଭ କରିଥିଲେ । କୋହଲି ୨୫ ରନ କରି ଆଉଟ ହୋଇଥିବା​‌ ବେଳେ ପାଡିକଲ ୪୦ ରନ କରି ଆଉଟ ହୋଇଛନ୍ତି । ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ମ୍ୟାକ୍ସଓ୍ବେଲଙ୍କୁ ସାଥ୍‌ ଦେଇଛନ୍ତି ଡି ଭିଲିୟର୍ସ । ଡି ଭିଲିୟର୍ସ ୨୩, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୫୭ ରନ, ସେହବାଜ ଅହମ୍ମଦ ୮ରନ, ଜର୍ଜ ଗାର୍ଟନ୍‌ ଏବଂ ଡାନିଏଲ କ୍ରିଷ୍ଟିୟାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଶ୍ରୀକର ଭରତ ୦ ଏବଂ ହର୍ଷଦୀପ ପଟେଲ ୧ ରନ କରି ଅପରାଜିତ ଅଛନ୍ତି ।

ପଞ୍ଜାବ କିଙ୍ଗସ୍‌ ପକ୍ଷରୁ ମୋଇସେସ୍‌ ହେନରିକସ୍‌ ଚମତ୍କାର ବୋଲିଂକରି ୪ ଓଭରରେ ୧୨ ରନ ଦେଇ ୩ ଟି ଓ୍ବିକେଟ ନେଇଛନ୍ତି । ରବି ବିଷ୍ଣୋୟୀ ୪ ଓଭରରେ ୩୫ ରନ ଦେଇଥିବା ବେଳେ ହରପ୍ରୀତ ବରାର୍‌ ୪ ଓଭରରେ ୨୬,  ଆଇଡେନ୍‌ ମାର୍କରମ ୧ ଓଭରରେ ୫ ରନ, ଅର୍ଷଦୀପ ସିଂହ ୩ ଓଭରରେ ୪୨ ରନ ଏବଂ ମହମ୍ମଦ ସାମୀ ୪ ଓଭରରେ ୩୯ ରନଦେଇ ୩ଟି ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.