PL 2021 : କିଙ୍ଗସ୍‌ ଉପରେ ଏକା ଭାରିପଡିଲେ ଡୁ’ ପ୍ଲେସିସ୍‌, ପଞ୍ଜାବକୁ ବିଜୟ ଲକ୍ଷ୍ୟ ୧୩୫

Published By : Prameya-News7 Bureau | October 07, 2021 IST

ଦୁବାଇ ୦୭/୧୦ : ଇଣ୍ଡିଆନ ପ୍ରିମିୟର ଲିଗ୍ IPLର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ପଞ୍ଜାବ କିଙ୍ଗସ୍‌ । ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୩୪ ରନ ସଂଗ୍ରହ କରିଛି ସିଏସ୍‌କେ । ଓପନର ଫାଫ୍‌ ଡୁ ପ୍ଲେସୀଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି ଦଳ ।

ଚେନ୍ନାଇ ପକ୍ଷରୁ ଓପନର ଫାଫ୍‌ ଡୁ ପ୍ଲେସୀ ଚମତ୍କାର ବ୍ୟାଟିଂ କରିଥିବା ବେଳେ ଅନ୍ୟମାନେ ନିରାଶ କରିଛନ୍ତି । ଡୁ ପ୍ଲେସୀ ୫୪ ବଲରୁ ୮ ଚୌକା ଏବଂ ୨ ଛକା ସହାୟତାରେ ୭୬ ରନ କରି ଆଉଟ ହୋଇଛନ୍ତି । ଋତୁରାଜ ଗାୟକ୍ବାଡ୍‌ ମାତ୍ର ୧୨ ରନ କରି ଆଉଟ ହୋଇଥିବାବେଳେ, ମୋଇନ ଅଲ୍ଲୀ ୦, ରବିନ ଉତ୍ଥପା ୨, ଅମ୍ବାତି ରାୟୁଡୁ ୪, ଏମ୍‌ଏସ୍‌ ଧୋନୀ ୧୨ରନ କରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ୧୫ ରନ ଏବଂ ଡ୍ବେନ୍‌ ବ୍ରାଭୋ ୪ ରନ କରି ଅପରାଜିତ ଅଛନ୍ତି ।

ପଞ୍ଜାବ ପକ୍ଷରୁ ମହମ୍ମଦ ସାମୀ ୪ ଓଭରରେ ୨୨ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ହରପ୍ରୀତ ସିଂହ ୪ ଓଭରରେ ୨୨ରନ, ଅର୍ଷଦୀପ ସିଂହ ୪ ଓଭରରେ ୩୫ ରନ ୨ ଓ୍ବିକେଟ, କ୍ରିସ୍‌ ଜୋର୍ଡନ୍‌ ୩ ଓଭରରେ ୨୦ରନ ୨ ଓ୍ବିକେଟ୍‌, ରବି ବିଷ୍ଣୋୟୀ ୪ ଓଭର​‌ରେ ୨୫ ରନ ୧ ଓ୍ବିକେଟ ଏବଂ ମୋସେ୍‌ ହେନରିକସ୍‌ ୧ ଓଭରରେ ୯ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.