ମୋବାଇଲ୍‌ରେ ସର୍ଚ୍ଚ କରିବା ପଡିଲା ମହଙ୍ଗା, ଲାଗିଗଲା ୧୧ ଲକ୍ଷର ଚୂନ

Published By : Prameya-News7 Bureau | February 13, 2024 IST

ନୂଆଦିଲ୍ଲୀ ୧୩/୦୨: ମାତିଛନ୍ତି ସାଇବର ଫ୍ରଡ୍ । ସାମାନ୍ୟ ଭୁଲ୍ ହେଲେ ଆକାଉଣ୍ଟ ହୋଇଯାଉଛି ଖାଲି । ମୁହୂର୍ତ୍ତକରେ ଲାଗିଯାଉଛି ଚୂନ୍ । ବଡ ବଡ ଅଧିକାରୀ ବି ସାଇବର ଫ୍ରଡର ହେଉଛନ୍ତି ଶିକାର । ଖାଲି ଗୋଟିଏ ଫୋନ କଲ ବା ମେସେଜରେ ବନିଯାଉଛନ୍ତି ବକରା । ଦୈନନ୍ଦୀନ ଜୀବନରେ ନଜର ଆସୁଛି ଏମିତି ଘଟଣା । ସେଥିପାଇଁ ଅନେକ ସଚେତନ ବି କରାଯାଉଛି ।

ପୋଲିସ ହେଉ ବା ଅନ୍ୟ କାହା ଦ୍ୱାରା ଏନେଇ ଲୋକଙ୍କୁ ଚେତାଇ ଦିଆଯାଉଛି । ତଥାପି ଅନେକ ସଚେତନ ପରେ ବି ଲୋକେ ହେଉଛନ୍ତି ଠକାମିର ଶିକାର । ଏମିତି ଗୋଟିଏ ସାଇବର ଫ୍ରଡର ଘଟଣା ସାମାନାକୁ ଆସିଛି । ଯେଉଁଠି ଜଣେ ବ୍ୟକ୍ତିଙ୍କର ମୋବାଇଲ ସର୍ଚ୍ଚିଂରେ ଆକାଉଣ୍ଟରୁ କଟିଯାଇଛି ଟଙ୍କା । ତେବେ କଟିଯାଇଥିବା ଟଙ୍କାର ପରିମାଣ ବି ଛୋଟିଆ ନୁହେଁ ।

ହଜାର କି ଦୁଇ ହଜାର ନୁହେଁ ଏକାଥରକେ ୧୧ ଲକ୍ଷରୁ ଅଧିକ ଟଙ୍କା କଟିଯାଇଛି ତାଙ୍କ ଆକାଉଣ୍ଟରୁ । ଘଟଣା ଘଟିଛି ଲୁଧିଆନାରେ । ଆଉ ଏହାର ଶିକାର ହୋଇଛନ୍ତି ଜଣେ ୫୮ ବର୍ଷୀୟ ରବୀନ୍ଦ୍ର କୁମାର ବର୍ମା ନାମକ ଜଣେ ବ୍ୟକ୍ତି । ସୂଚନା ଥାଉକି, ବ୍ୟକ୍ତି ଜଣଙ୍କ ପେନସନ ସମ୍ୱନ୍ଧିତ ସମସ୍ୟା ଥିଲା । ସେଥିପାଇଁ ସେ ମୋବାଇଲରେ ଉପଲବ୍ଧ ହେଉଥିବା ବ୍ୟାଙ୍କିଂ ଆପ୍‌ରେ କିଛି ସର୍ଚ୍ଚ କରୁଥିଲେ ।

ହେଲେ ବ୍ୟାଙ୍କିଂ ଆପ୍‌ରେ ସର୍ଚ୍ଚ କରିବା ତାଙ୍କ ପାଇଁ ପଡିଛି ମହଙ୍ଗା । କିଛି ସମୟ ମଧ୍ୟରେ ସେ ହୋଇଥିଲେ ସାଉବର ଫ୍ରଡର ଶିକାର । ପୋଲିସ ପାଖରେ ପହଞ୍ଚିଛି ମାମଲା । ପୋଲିସ ଏ ସମ୍ୱନ୍ଧରେ ଏତଲା ରୁଜୁ କରିଛି । ଏହାସହ ପୋଲିସ ୩ ଜଣଙ୍କ ବିରୋଧରେ ରୁଜୁ କରିଛି ମାମଲା । ଗିରଫ ଅଭିଯୁକ୍ତମାନେ ସମସ୍ତେ ଅଲଗା ଅଲଗା ରାଜ୍ୟର ବୋଲି ପୋଲିସ ଜାଣିବାକୁ ପାଇଛି ।

ରବିନ୍ଦ୍ର କୁମାର ପେନସନ ସମ୍ୱନ୍ଧୀତ ସମସ୍ୟା ଖୋଜୁଥିଲେ । ଏହି ସମୟରେ ତାଙ୍କ ଫୋନକୁ ମେସେଜ ଆସିଥାଲ । ତାହା ଉପରେ କ୍ଲିକ୍ କରିବାକୁ କିଛି ବ୍ଲିଙ୍କ ବି ହୋଇଥିଲା । ଠିକ୍ ଏହାର କିଛି ସମୟ ପରେ ତାଙ୍କୁ ଆସିଥିଲା ଗୋଟିଏ ଫୋନ୍ କଲ । ଏହାପରେ ସେ ଫୋନ୍ କରିବାରୁ କଷ୍ଟମର କେୟାରର ପରିଚୟ ଦେଇଥିଲେ ଫୋନ କରିଥିବା ବ୍ୟକ୍ତି ଜଣଙ୍କ ।

ଆଉ କହିଥିଲେ ସେ କୁଆଡେ ସରକାରୀ ବ୍ୟାଙ୍କର ଜଣେ କର୍ମଚାରୀ । କିନ୍ତୁ ନା ସେ ଥିଲେ ସରକାରୀ କର୍ମଚାରୀ ନା ଥିଲେ ଜଣେ ବ୍ୟାଙ୍କ କର୍ମଚାରୀ । ପ୍ରକୃତରେ ସେ ଥିଲେ ଜଣେ ସାଇବର ଅପରାଧୀ । କଲ ସମୟରେ ରବିନ୍ଦ୍ରଙ୍କ ଆକାଉଣ୍ଟରୁ କଟିଯାଇଥିଲା ଟଙ୍କା । ଏ ପ୍ରସଙ୍ଗରେ ସେ ପଚାରିବାରୁ କହିଥିଲେ କି, କିଛି ଏରର ହେତୁ ଏମିତି ହୋଇଛି । ସଂଗେ ସଂଗେ କଟିଯାଇଥିଲା ଫୋନ୍ କଲ ।

you can also read...

wp:embed {"url":"https://www.prameyanews7.com/1-dead-5-injured-in-new-york-city-subway-station-shooting/","type":"wp-embed","providerNameSlug":"prameya-news-7"}
https://www.prameyanews7.com/1-dead-5-injured-in-new-york-city-subway-station-shooting/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.