IPL 2024 : ପ୍ଲେ-ଅପ୍‌ ରେସ୍‌, ଧର୍ମଶାଳାରେ ପଞ୍ଜାବ-ବାଙ୍ଗାଲୋର ଫାଇଟ୍‌, ହାରିଲେ ବିଦା

Published By : Prameya-News7 Bureau | May 09, 2024 IST

ଧର୍ମଶାଳା ୦୯।୦୫ : ଆଇପିଏଲ୍‌ ୨୦୨୫। ଗୁରୁବାର ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୫୮ ତମ ମ୍ୟାଚ୍‌ । ଧର୍ମଶାଳା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍‌ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ରାତି ୭ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମୁକାବିଲା । ଜିଏ ଜିତିବ ସିଏ ପ୍ଲେ-ଅପ୍‌ ରେସ୍‌ରେ ନିଜକୁ ରଖିବ । ତେଣୁ ଜବରଦସ୍ତ ହେବ ଆଜିର ମ୍ୟାଚ୍‌ । 

ବର୍ତ୍ତମାନ ସୁଦ୍ଧା ପଞ୍ଜାବ କିଙ୍ଗସ୍‌ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହେବାକୁ ପଡିଛି । ଦଳରେ ଅନେକ୍‌ ଷ୍ଟାର୍‌ ଖେଳାଳି ରହିଥିଲେ ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହିଁ । ଏପିରିକି ଦଳ ଅଙ୍କ ତାଲିକାର ୮ମ ସ୍ଥାନରେ ରହିଛି । ତେଣୁ ଦଳକୁ ପ୍ଲେ-ଅପ୍‌ ରେସ୍‌ରେ ନିଜକୁ ରଖିବାକୁ ହେଲେ, ଆଜିର ମ୍ୟାଚ୍‌ରେ ବିଜୟୀ ଜରୁରୀ । ଦଳର ବ୍ୟାଟିଂ ଲାଇନ୍‌ ଅପ୍ ଜବରଦସ୍ତ ଥିଲେ ମଧ୍ୟ ବୋଲିଂ ଲାଇନ୍‌ ଅପ୍‌ ଦୁର୍ବଳ ରହିଛି । ତେଣୁ ଦେଖାଯାଉ ଆଜିର ମ୍ୟାଚ୍‌ରେ କିପରି ହେଉଛି ଲଢେଇ । 

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦଳ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିନଥିଲା । ହେଲେ ଶେଷ ଆଡକୁ ଲଗାତର ତିନୋଟି ମ୍ୟାଚ୍‌ ଜିତି ନିଜକୁ ପ୍ଲେ-ଅପ୍ ରେସ୍‌ ଜୀବିତ ରଖିଛି । ତେଣୁ ପ୍ଲେ-ଅପ୍‌ ରେସ୍‌ ପୂର୍ବରୁ ଟିମ୍‌ର ସମସ୍ତ ଫର୍ମକୁ ଫେରିବା । ଏହା ନିଶ୍ଚିତ ଭାବେ ବିରୋଧୀ ଟିମ୍‌ ପାଇଁ ସତର୍କ ଘଣ୍ଟି । କାହିଁକି ନା ବାଙ୍ଗାଲୋର ଟିମ୍‌ରେ ମାକ୍ସଓ୍ୱେଲ୍‌, କୋହଲି, ଡୁପ୍ଲେସିସ୍‌ ପରି ଦୁର୍ଦ୍ଦଶ ବୋଲର ରହିଛନ୍ତି । ଯାହାକି ବିରୋଧୀ ବୋଲରଙ୍କ ଲାଇନ୍‌ ଲେନ୍ଥ ବିଗାଡିବାରେ ମାହିର । ତେବେ ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୭ମ ସ୍ଥାନରେ ରହିଛି । 

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ଦଳ ପାଖରେ ରହିଛି ୧୪ ପଏଣ୍ଟ । ଏହାପରେ ୪ର୍ଥ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦଳ ଏବେ ସୁଦ୍ଧା ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୨ ପଏଣ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.