ଲିୟାମ ଲିଭିଙ୍ଗଷ୍ଟୋନ ଏବଂ ଜୋନି ବେୟାରଷ୍ଟୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ପଞ୍ଜାବ କିଙ୍ଗ୍ସର ବିଶାଳ ସ୍କୋର

Published By : Prameya-News7 Bureau | May 13, 2022 IST

ମୁମ୍ବାଇ: ଲିୟାମ ଲିଭିଙ୍ଗଷ୍ଟୋନ ଏବଂ ଜୋନି ବେୟାରଷ୍ଟୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିଜର ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ବିଶାଳ ସ୍କୋର କରିଛି। ଚଳିତ ଆଇପିଏଲର ୬୦ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୯ ଓ୍ଵିକେଟ୍‌ ହରାଇ ୨୦୯ ରନ କରିଛି। ଜିତିବା ପାଇଁ ବେଙ୍ଗାଲୁରୁ ସମ୍ମୁଖରେ ୨୧୦ ରନର ବିଜୟ ଲକ୍ଷ୍ୟ ରହିଛି। ପଞ୍ଜାବ ପକ୍ଷରୁ ଲିୟାମ ଲିଭିଙ୍ଗଷ୍ଟୋନ ୪୨ ବଲରୁ ୭୦ ଏବଂ ଜୋନି ବେୟାରଷ୍ଟୋ ୨୯ ବଲରୁ ୬୬ ରନର ଦମଦାର ଇନିଂସ ଖେଳିଥିଲେ। ବେଙ୍ଗାଲୁରୁ ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।  ହସରଙ୍ଗା ୧୫ ରନ ଦେଇ ୨ ଏବଂ ହର୍ଷଲ ପଟେଲ୍ ୩୪ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ଜୋସ୍ ହେଜେଲଉଡ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇ ୪ ଓଭରରେ ୬୪ ରନ ଦେଇ କୌଣସି ସଫଳତା ପାଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.