oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

IPL 2022: ଉମରାନ ଓ ଭୁବନେଶ୍ଵରଙ୍କ ଶାଣିତ ବୋଲିଂ, ୧୫୧ ରନରେ ସୀମିତ ପଞ୍ଜାବ କିଙ୍ଗ୍ସ

17/04/2022 at 5:24 PM

ମୁମ୍ଵାଇ ୧୭।୦୪: ଲିୟାମ ଲିଭିଙ୍ଗଷ୍ଟୋନଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ଵେ ପଞ୍ଜାବ କିଙ୍ଗ୍ସ ଆଇପିଏଲର ୨୮ତମ ମ୍ୟାଚ୍‌ରେ ନିର୍ଦ୍ଧାରିତ ଓଭରରେ ୧୫୧ ରନରେ ଅଲଆଉଟ୍ ହୋଇଛି। ହାଇଦ୍ରାବାଦ ସମ୍ମୁଖରେ ରହିଛି ୧୫୨ ରନର ବିଜୟ ଲକ୍ଷ୍ୟ। ଲିଭିଙ୍ଗଷ୍ଟୋନ ୩୩ ବଲରୁ ୬୦ ରନର ଇନିଂସ ଖେଳିଛନ୍ତି। ହାଇଦ୍ରାବାଦ ବୋଲର ଦମଦାର ବୋଲିଂ କରି ପଞ୍ଜାବକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି। ଉମରାନ ମଲିକ ଶାଣିତ  ବୋଲିଂ କରି ୪ ଏବଂ ଭୁବନେଶ୍ଵର କୁମାର ୩ଟି ଓ୍ଵିକେଟ୍ ନେଇ ହାଇଦ୍ରାବାଦର ସ୍କୋରକୁ ୧୫୧ ରନରେ ସୀମିତ ରଖିଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲ। ଆଜି ମୟଙ୍କ ଅଗ୍ରଓ୍ଵାଲଙ୍କ ଅନୁପସ୍ଥିତିରେ ଶିଖର ଧାଓ୍ଵନ ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ଧାଓ୍ଵନ(୮) ଏବଂ ଜୋନି  ବେୟାରଷ୍ଟୋ(୧୨) ଦଳକୁ ନିରାଶ କରିଥିଲେ। ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିବା ବେଳେ ଅନ୍ୟପଟେ ଲିୟାମ ଲିଭିଙ୍ଗଷ୍ଟୋନ ନିଜର ଦମଦାର ବ୍ୟାଟିଂ ଜାରି ରଖିଥିଲେ।

ମଧ୍ୟଭାଗରେ  ଲିଭିଙ୍ଗଷ୍ଟୋନ ଏବଂ ଶାହରୁଖ ଖାନ ପଞ୍ଚମ ଓ୍ଵିକେଟରେ ୭୪ ରନ ଯୋଡି ଦଳର ସ୍ଥିତି ସୁଧାରିଥିଲେ। ହେଲେ ଶାହରୁଖ(୨୬) ଆଉଟ୍ ହେବା ପରେ ଦଳର ସ୍କୋର ଆଗକୁ ବଢି ପାରିନଥିଲା। ଲିଭିଙ୍ଗଷ୍ଟୋନ ୩୩ ବଲରୁ ୫ ଚୌକା ଏବଂ ୪ ଛକା ସହ ୬୦ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଶେଷ ଓଭରରେ ପଞ୍ଜାବ ଦୟନୀୟ ବ୍ୟାଟିଂ କରି ୪ଟି ଓ୍ଵିକେଟ୍ ହରାଇ ଗୋଟିଏ ରନ ହେଲେ କରି ପାରିନଥିଲା। ଦଳ ୧୫୧ ରନରେ ଅଲଆଉଟ୍ ହୋଇଥିଲା। ପଞ୍ଜାବ ହାଇଦ୍ରାବାଦର ଉମରାନ ଏବଂ ଭୁବନେଶ୍ଵର କୁମାରଙ୍କ ଶାଣିତ  ବୋଲିଂର ମୁକାବିଲା କରିପାରିନଥିଲା।

ହାଇଦ୍ରାବାଦ ପକ୍ଷରୁ ଉମରାନ ମଲିକ ୨୮ ରନ ଦେଇ ୪ଟି  ଏବଂ ଭୁବନେଶ୍ଵର କୁମାର ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।

   Related Posts